ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଗତକାଲି ରାଜ୍ୟର ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଓ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାସ କିଛି ସମୟ ବ୍ୟବଧାନରେ ନୂଆ ବର୍ଷ ପରେ ବିଦ୍ୟାଳୟ ଓ କଲେଜ ଖୋଲିବା ନେଇ ସୂଚନା ଦେଇଥିଲେ । ମନ୍ତ୍ରୀ ଓ ସଚିବଙ୍କ ଏପରି ମନ୍ତବ୍ୟ ପରେ ଛାତ୍ର ଛାତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । କାରଣ ଉଚ୍ଚଶିକ୍ଷା ସଚିବ ଓ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସ୍କୁଲ ଖୋଲିବା ନେଇ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନଥିଲେ ।
ସୂଚନା ଅନୁଯାୟୀ ଏହା ଜାଣିବା ପରେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ପରିସ୍ଥିତିକୁ ଅନୁଧ୍ୟାନ କରି କେବେ ସ୍କୁଲ ଖୋଲିବ ସେ ନେଇ ନିଷ୍ପତି ନେବେ କେବଳ ସରକାର ନେବେ ବୋଲି ସ୍ପଷ୍ଟ ସୂଚନା ମିଳିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ । ଫଳରେ ନୂଆବର୍ଷରେ ସ୍କୁଲ ଖୋଲିବା ନେଇ ଯେଉଁ ସୂଚନା ମିଳିଥିଲା ତା ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି ।