ସନ୍ଷ୍ଟାର ଟିଭି ବ୍ୟୁରୋ
ରାଉରକେଲା: ଓଡିଶା ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ଵ କପ୍ ୨୦୨୩ । ତେବେ ଏହାର ପ୍ରସ୍ତୁତି ପର୍ବକୁ ତଦାରଖ କରିବା ପାଇଁ ଆନ୍ତର୍ଜାତୀୟ ହକି ସଂଘ ର ସଭାପତି ତଥା କ୍ରୀଡା ପ୍ରଶାସନିକ ଅଧିକାରୀ ନରିନ୍ଦର ଧ୍ରୁବ ବାତ୍ରା, ଭାରତର ହକି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲେନା ନର୍ମାନ , କ୍ରୀଡା ଏବଂ ଯୁବ ସେବା ସମ୍ପାଦକ ବିଶାଲ ଦେବ, ଏବଂ ଆଇଡିସିଓ ଏମ୍ଡି କର୍ମଚାରୀ ସଞୟ ସିଂ ଗତକାଲି ରାଉରକେଲାରେ ପହଞ୍ଚିଥିଲେ । ତେବେ ଆଜି ସକାଳ ୯ ଟା ସୁଦ୍ଧା ସେମାନେ ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ରେ ପହଞ୍ଚି ଏହାର ସ୍ଥିତି ସମୀକ୍ଷା କରିଛନ୍ତି । ସେମାନଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଆରଏମସି କମିସନର ଦିବ୍ୟଜ୍ୟୋତି ପରିଡା ଓ ଆରଏସପି କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ l ତେବେ ସେମାନେ ଷ୍ଟାଡିୟମର ଭିତ୍ତିଭୂମି, ଅଭ୍ୟାସ ପଡିଆ, ଖେଳାଳୀମାନଙ୍କ ରହଣୀର ବ୍ୟବସ୍ଥା, ଆବଶ୍ୟକ ସୁବିଧା ସୁଯୋଗ ସହ ଷ୍ଟାଡିୟମ ପରିବର୍ଦ୍ଧିତ ଯୋଜନାର ସମୀକ୍ଷା କରିଛନ୍ତି ।
କିଛି ସମୟ ପରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ, କ୍ରୀଡ଼ା ସଚିବ ବିଶାଳଦେବ ପହଞ୍ଚିବେ l ଏହାପରେ ହକି ଟିମ ସହ ଶ୍ରୀ ତ୍ରିପାଠୀ, ୫ ଟି ସଚିବ ରାଉରକେଲା ବିମାନ ବନ୍ଦରର ସ୍ଥିତି ଅନୁଧ୍ୟାନ କରିବେ। ରାଉରକେଲା ହାଉସରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।
ରାଉରକେଲାଠାରେ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ହକି ବିଶ୍ଵକପ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ୨୦୧୮ ରେ ଓଡିଶାରେ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଆନ୍ତର୍ଜାତୀୟ ହକି ବିଶ୍ଵକପ୍ ଅନୁଷ୍ଠିତ ହୋଇଥିଲା । ଓ ଏହି କାର୍ଯ୍ୟକ୍ରମକୁ ସଫଳ ଭାବେ ରୂପାୟନ କରିଥିବାରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ତର୍ଜାତୀୟ ସ୍ତରରେ ବେଶ୍ ସମ୍ମାନୀତ ହୋଇଥିଲେ ।