ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦିଲ୍ଲୀ ଏବଂ ହରିୟାଣା ମଧ୍ୟରେ ଥିବା ସିଙ୍ଗୁ ସୀମାରେ ବସିରହିଥିବା ଆନ୍ଦୋଳନରତ କୃଷକ ଗୋଷ୍ଠୀଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଆଜି ଏକ ମାମଲା ଦାୟର କରିଛି। ଆନ୍ଦୋଳନରତ ଚାଷୀ କୋଭିଡ୍-୧୯ ନିୟମକୁ ଉଲ୍ଲଂଘନ କରିଥିବା ଦାବିରେ ଏହି ମାମଲା ଦାୟର କରାଯାଇଛି ବୋଲି ପୁଲିସ ଅଧିକାରୀ କହିଛନ୍ତି।
ନଭେମ୍ବର ୨୯ରେ ଲ୍ୟାମ୍ପୁର ସୀମା ଦେଇ କୃଷକ ଗୋଷ୍ଠୀ ଜବରଦସ୍ତ ଦିଲ୍ଲୀରେ ପ୍ରବେଶ କରିଥିଲେ ଏବଂ ଏହା ପରେ ସିଙ୍ଗୁରେ ଟ୍ରାଫିକ ସିଗନାଲରେ ରାସ୍ତା ଅବରୋଧ କରିଥିଲେ ବୋଲି ଅଧିକାରୀମାନେ କହିଛନ୍ତି। ଏଥିସହ ଆନ୍ଦେଳନରତ କୃଷକମାନେ ସାମାଜିକ ଦୂରତା ନିୟମ ପାଳନ କରିବାରେ ବିଫଳ ହେବା ସହ ମାସ୍କ ମଧ୍ୟ ବ୍ୟବହାର କରୁନଥିବା ଅଧିକାରୀମାନେ ଅଭିଯୋଗ କରିଛନ୍ତି।
ଆନ୍ଦୋଳନକାରୀ କୃଷକମାନେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରୁ ହଜାରେରୁ ଉର୍ଦ୍ଧ୍ୱ ସଂଖ୍ୟାରେ ଆସି ଦିଲ୍ଲୀରେ ପ୍ରବେଶ କରି କୋଭିଡ୍ ନିୟମକୁ ବାର ବାର ଉଲଘଂନ କରିବା ଯୋଗୁଁ ଦିଲ୍ଲୀ ପୁଲିସ ଏହି ମାମଲା ଦାୟର କରିଛି ।