ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଗୋଟିଏ ବର୍ଷ କରୋନା ମହାମାରୀରେ ପ୍ରଭାବିତ ହୋଇସାରିବା ପରେ ସାରା ବିଶ୍ୱ ଏବେ କରୋନା ଭ୍ୟାକସିନକୁ ଅପେକ୍ଷା କରି ବସିଛି । ଭାରତରେ ମଧ୍ୟ କରୋନା ଭ୍ୟାକସିନ ପାଇଁ ପ୍ରୟାସ ଜାରି ରହିଛି । ବ୍ରିଟେନ କରୋନା ଟୀକାକୁ ଜରୁରିକାଳୀନ ଅନୁମୋଦନ ଦେଇ ଟୀକାକରଣ ଅଭିଯାନ ଆରମ୍ଭ କରିଦେଇଛି । ଭାରତରେ ଫାଇଜର, ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ୍ କରୋନା ଭ୍ୟାକସିନରୁ ଜରୁରୀକାଳୀନ ବ୍ୟବହାର ପାଇଁ ସରକାରଙ୍କୁ ଅନୁମତି ମାଗିଛନ୍ତି । ଏନେଇ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ । ଅନ୍ୟପଟେ କରୋନା ଭ୍ୟାକସିନର ଟ୍ରାନ୍ସପୋର୍ଟେସନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ସ୍ପାଇସଜେଟ୍ ଓ ଓମ୍ ଲଜିଷ୍ଟିକ୍ ଚୁକ୍ତି କରିଛନ୍ତି । ଏଥିରେ ଉଭୟ କମ୍ପାନୀ କୋଭିଡ୍ ଭ୍ୟାକସିନ ସପ୍ଲାଇ ସୁନିଶ୍ଚିତ କରିବେ ।
ଓମ୍ ଲଜିଷ୍ଟିକ୍ ହେଉଛି ଦେଶର ଫେମସ କମ୍ପାନୀମାନଙ୍କ ମଧ୍ୟରୁ ଗୋଟିଏ । ସାରା ବିଶ୍ୱରେ ଓମ୍ ଲଜିଷ୍ଟିକର ୧୨ ହଜାରରୁ ଅଧିକ ଅଫିସ ଅଛି ଏବଂ ଭାରତରେ ଏହି କମ୍ପାନୀ ୧୯ ହଜାରରୁ ଅଧିକ ପିନ୍ କୋଡରେ ନିଜ ଡେଲିଭରୀ ଯୋଗାଇ ଦେଇଥାଏ । ଓମ୍ ଲଜିଷ୍ଟିକ୍ ଓ ସ୍ପାଇସଜେଟର ପାର୍ଟନରସିପ୍ କୋଭିଡ୍ ଭ୍ୟାକସିନକୁ ସୁରକ୍ଷିତ ଟ୍ରାନ୍ସପୋର୍ଟେସନ୍ର ଭରସା ଦେଇଛି ।