ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପୁଣି ଥରେ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକ କୋର୍ଟରେ ହାଜର ହୋଇଛନ୍ତି । ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟରେ ତାଙ୍କୁ ହାଜର କରାଯାଇଛି । ଆକାଶଙ୍କ ନୂଆ ମାମଲାକୁ ନେଇ କୋର୍ଟକୁ ଅବଗତ କରାଯାଇଛି। ଏହା ସହ ୬୫ ଲକ୍ଷ ଠକେଇ ମାମଲାରେ ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଛି । ଟଙ୍କା ଠକେଇ ନେଇ ଖାରବେଳ ଥାନାରେ ମାମଲା ରହିଛି । ଆକାଶଙ୍କ ବିରୋଧରେ ୪୧୯, ୪୨୦, ୪୬୮, ୪୭୧ ୫୦୬, ୩୪ ଆଇପିସି ଦଫା ଲାଗିଛି । ଝାରପଡ଼ା ଜେଲରେ ଥିଲେ ଅଭୟକାନ୍ତ ପାଠକ ଏବଂ ଆକାଶ ପାଠକ ।
କୋର୍ଟରେ ହାଜର ବେଳେ ଆକାଶ ପାଠକ କହିଛନ୍ତି ଯେ ତାଙ୍କ ପାଖରେ ସବୁ ପ୍ରମାଣ ଅଛି, ସେ କୋର୍ଟକୁ ଦେବେ । ଏହା ସହ ସେ କାହାକୁ ଠକି ନଥିବା କହିଛନ୍ତି । ସେପଟେ ଆକାଶ ପାଠକଙ୍କୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଟାଟା ମୋଟର୍ସର ଠକେଇ ସିଣ୍ଡିକେଟର ଅଧିକ ଖୋଳତାଡ ପାଇଁ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି କ୍ରାଇମବ୍ରାଞ୍ଚ ଦେଇଛନ୍ତି ।