ସନ୍ଷ୍ଟାର ଟିଭି ବ୍ୟୁରୋ
ବ୍ରିଟେନ୍ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଫାଇଜର ଟୀକାକୁ ବର୍ତ୍ତମାନ ସବୁଆଡୁ ଗ୍ରୀନ ସିଗନାଲ ମିଳିସାରିଲାଣି । ବିଟେନ୍ ସମେତ ଅନ୍ୟ କେତେକ ଦେଶରେ ଫାଇଜର ପାଇଁ ଅନୁମତି ମିଳୁଛି । ସେହିଭଳି ଆମେରିକାରେ ମଧ୍ୟ ଫାଇଜର ଟୀକାକୁ ଅନୁମତି ମିଳିଛି । ଏହି ଟୀକାର ଜରୁରୀକାଳିନ ବ୍ୟବହାରକୁ ଆମେରିକାର ଖାଦ୍ୟ ଓ ଔଷଧ ପ୍ରାଧୀକରଣ ଅନୁମତି ପ୍ରଦାନ କରିଛନ୍ତି । ମହାମାରୀ କରୋନା ଯୋଗୁଁ ବର୍ତମାନ ସୁଦ୍ଧା ଆମେରିକାରେ ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଛି । ଏପରି ସ୍ଥିତିରେ ଫାଇଜର ଟୀକାର ଜରୁରୀ କାଳୀନ ବ୍ୟବହାରକୁ ଆମେରିକାର ଏଫଡିଏର ବିଶେଷଜ୍ଞ କମିଟିର ଗ୍ରୀନ୍ ସିଗନାଲ, କରୋନା ମହାମାରୀ ଉପରେ ରୋକ୍ ଲଗାଇବ ବୋଲି ଆଶା କରାଯାଉଛି ।
ଟିକା ବ୍ୟବହାର ସପକ୍ଷରେ ୧୭ଟି ଭୋଟ୍ ପଡିଥିବା ବେଳେ ୪ଟି ଭୋଟ୍ ବିପକ୍ଷରେ ଯାଇଥିଲା । ଜର୍ମାନର ଫାର୍ମା କମ୍ପାନୀ ବାୟୋ ଆଣ୍ଡ୍ ଟେକ୍ ନିର୍ମାଣ କରିଥିବା କରୋନା ଟିକା ଫାଇଜରକୁ ବୟସ୍କ ଓ ୧୬ ବର୍ଷରୁ ଅଧିକ ବୟସର କିଶୋରଙ୍କ ଠାରେ ବ୍ୟବହାର ନିରାପଦ ବୋଲି ଏକ୍ସପର୍ଟ କମିଟି କହିଛି । ଆସନ୍ତା ସପ୍ତାହରୁ ଆମେରିକାରେ ଆରମ୍ଭ ହେବ ଫାଇଜର ଟିକାକରଣ । ପ୍ରଥମ ଦଫାରେ ଅଗ୍ରାଧୀକାର ଭିତିରେ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଟିକା ।