ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଆସନ୍ତା ସାଧାରଣ ଦିବସ ଅବସରରେ ନୂଆଦିଲ୍ଲୀଠାରେ ପ୍ରଦର୍ଶିତ ପରେଡରେ ଅଯୋଧ୍ୟାରେ ନବ ନିର୍ମାଣାଧିନ ରାମ ମନ୍ଦିରକୁ ପ୍ରଦର୍ଶିତ କରିବା ପାଇଁ ଉତ୍ତରପ୍ରଦେଶ ସରକାର ଯୋଜନା କରିଛନ୍ତି ।
ଗଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହେବାକୁ ଥିବା ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ମଧ୍ୟରେ ଉତ୍ତରପ୍ରଦେଶର ସାଂସ୍କୃତିକ ‘ଐତିହ୍ୟ’ ଶୀର୍ଷକ ଏହି ପ୍ରଜ୍ଞାପନ ମେଢ଼ରେ ଅଯୋଧ୍ୟା ଏବଂ ଭଗବାନ ରାମଙ୍କ ସହ ଜଡିତ ସଂସ୍କୃତି, ପରମ୍ପରା ଏବଂ କଳା ଚିତ୍ରିତ ହେବ । ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଅଯୋଧ୍ୟା, ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ଅଧିକାରୀ କହିଛନ୍ତି ଯେ ଏହି ମନ୍ଦିର ନିର୍ମାଣରେ ଲୁହା ବ୍ୟବହାର ହେବ ନାହିଁ ।
ସୂଚନା ଅନୁସାରେ ଗଣତନ୍ତ୍ର ଦିବସ ପରେଡର ପ୍ରଜ୍ଞାପନ ମେଢ଼କୁ ନେଇ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଉତ୍ତରପ୍ରଦେଶରୁ ପଠାଯାଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି ।