ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କରୋନା ମହାମାରୀ ସମୟରେ ରାଜ୍ୟର ତଥା ଦେଶର ଅର୍ଥନୈତିକ ସ୍ଥିତି ଦୁର୍ବଳ ହୋଇ ପଡିଛି । ରାଜ୍ୟର ଜୀବିକା ସୃଷ୍ଟି ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ଵ ଦେଇ ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ଓ ବ୍ୟାଙ୍କମାନଙ୍କୁ ନେଇ ଏକ ବୈଠକ ଡକାଇବାକୁ ନେଇ ନିଷ୍ପତି ନେଇଛନ୍ତି । ଏହି ବୈଠକରେ ଚାଷୀ, ମିଶନଶକ୍ତି, ଏମ୍ଏସ୍ଏମ୍ଏଇ କ୍ଷେତ୍ରରେ ଋଣ ପ୍ରଦାନ ସମ୍ପର୍କରେ ସମୀକ୍ଷା କରାଯିବ । ଯେଉଁ ବ୍ୟାଙ୍କମାନେ ଏସବୁ କାର୍ଯ୍ୟକ୍ରମରେ ଋଣ ପ୍ରଦାନରେ ଅବହେଳା କରିଥିବେ ସେମାନଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ଗତକାଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କୋଭିଡ ମୁକାବିଲା ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଆହୁରୀ କହିଥିଲେ ଯେ ପୂଜା ସମୟରେ ଯେଉଁ ଆଶଙ୍କା କରାଯାଇଥିଲା ତାହା ଆପାତତଃ ଟଳି ଯାଇଛି ଓ ତାକୁ ସଫଳତାର ସହ ମୁକାବିଲା କରାଯାଇଛି । ସେ ଆଉ ମଧ୍ୟ କହିଛନ୍ତି ଯେ କୋଭିଡ ପରିଚାଳନାରେ ଦେଶର ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ରହିଛି । ଯେଉଁଥିପାଇଁ ନୀତି ଆୟୋଗ ପ୍ରଂଶସା କରିଛନ୍ତି । ଟିକାକରଣ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଟିକାକରଣ ପାଇଁ ରାଜ୍ୟ ଆଗୁଆ ପ୍ରସ୍ତୁତ ଅଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ତେବେ ଏହି ଭିଡିଓ କନ୍ଫରେନ୍ସିଂରେ ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଭି କେ ପାଣ୍ଡିଆନ, ପି.କେ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
CM directed state administrative machinery to be fully vigilant to deal with economic challenges arose due to #COVID19. CM said he would discuss livelihood and loan disbursal programme for farmers, @mission_shakti & MSMEs on Dec 22 with District Collectors, Bank officials. pic.twitter.com/oXDU5aC2Oq
— CMO Odisha (@CMO_Odisha) December 11, 2020