ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ନୂଆବର୍ଷରେ ଖୋଲିବାକୁ ଯାଉଛି ଓଡିଶାରେ ସମସ୍ତ ବିଦ୍ୟାଳୟ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାସ । ତେବେ ସେ ଆଉ ମଧ୍ୟ କହିଛନ୍ତି ଯେ ବିଦ୍ୟାଳୟ ଖୋଲିବା ପରେ ପ୍ରତ୍ୟେକ ଦିନ କ୍ଲାସ କରାଯିବ । କେବଳ ପର୍ବପର୍ବାଣୀକୁ ଛାଡି ବାକି ସମସ୍ତ ଛୁଟି ଦିନ ଅର୍ଥାତ ଶନିବାର ଓ ରବିବାର ମାନଙ୍କରେ ହେବ କ୍ଲାସ ଚାଲୁ ରହିବ । ଦଶମ ଓ ଦ୍ଵାଦଶ ଶ୍ରଣୀର କ୍ଲାସ କରାଯିବ ।
ତେବେ କିଛି ସମୟ ପୂର୍ବରୁ ରାଜ୍ୟର ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ମଧ୍ୟ ଓଡିଶାରେ କଲେଜ ଓ ବିଶ୍ଵବିଦ୍ୟାଳୟ ଖୋଲିବା ନେଇ ସୂଚନା ଦେଇଥିଲେ ।
ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖାଯାଇ ମାର୍ଚ୍ଚମାସରୁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖାଯାଇଥିଲା ।