ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ନିର୍ମାଣ ହେବାକୁ ଯାଉଛି ଦୁଇଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ । କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଏହି ମେଡିକାଲ କଲେଜକୁ ନିର୍ମାଣ କରିବା ପାଇଁ ରାଜ୍ୟ କ୍ୟାବିନେଟ ମଞୁର ଦେଇସାରିଥିଲା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରାଯିବ ବୋଲି କହିଛନ୍ତି । ୬୮୦ କୋଟି ବ୍ୟୟ ବରାଦରେ ଏହା ନିର୍ମାଣ ହେବ । ୩ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରାଯିବ ।
ଫୁଲବାଣୀରେ ନିର୍ମାଣ କରାଯାଉଥିବା ସରକାରୀ ମେଡିକାଲ କଲେଜ ରେ ୧୦୦ ଟି ସିଟ ବିଶିଷ୍ଟ ହେବ ଓ କୋରାପୁଟରେ ନିର୍ମାଣ ହେବାକୁ ଥିବା ମେଡିକାଲ କଲେଜ ଓ ହସ୍ପିଟାଲ ୬୫୦ ଶର୍ଯ୍ୟା ବିଶିଷ୍ଟ ହେବ । ତେବେ ଏହା ଦ୍ଵାରା ଦକ୍ଷୀଣ ଓଡିଶାର ଛାତ୍ରଛାତ୍ରୀମାନେ ଉପକୃତ ହେବେ । ରୋଗୀମାନଙ୍କୁ ଚିକିତ୍ସା ମିଳିବା ସହ ଓ଼ଡିଶାରେ ନୂତନ ଯୋଗ୍ୟତାପ୍ରାପ୍ତ ଡାକ୍ତର ସୃଷ୍ଟି ହେବେ ବୋଲି ଆଶା ରଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।