ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ନୂଆ ସଂସଦର ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆଜି ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଭାଗ ନେବାର ଯୋଜନା ରହିଛି । ଇଣ୍ଡିଆ ଗେଟ୍ ନିକଟରେ ନିର୍ମାଣ ହେବାକୁ ଯାଉଥିବା ସେଣ୍ଟ୍ରାଲ ଭିସ୍ଟା କାର୍ଯ୍ୟକ୍ରମ ପ୍ରତିକାତ୍ମକ ଭାବରେ ଶିଳାନ୍ୟାସ ହେବାର ଯୋଜନା ରହିଛି । ହେଲେ ସୁପ୍ରିମକୋର୍ଟ୍ରେ ନୂତନ ସଂସଦ ନିର୍ମାଣକୁ ନେଇ ଶୁଣାଣି ଚାଲିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ଏବେ ଆରମ୍ଭ ହୋଇପାରିବ ନାହିଁ । ୨୦,୦୦୦କୋଟି ବ୍ୟୟ ବରାଦରେ ନିର୍ମାଣ ହେବାକୁ ଥିବା ସଂସଦର ଏହି ନୂଆ ଭବନ ସେଣ୍ଟ୍ରାଲ ଭିସ୍ଟା ପ୍ରୋଜେକ୍ଟ ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ, ଯାହା ରାଷ୍ଟ୍ରପତି ଭବନଠାରୁ ନେଇ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ବ୍ୟାପୀଥିବା ୧୩.୪କି.ମି ରାଜପଥଠାରେ ଥିବା ସରକାରୀ ଭବନର ପୁନଃନିର୍ମାଣ ଏବଂ ଏହାର ପୁନରୁଦ୍ଧାର କରାଯିବ । ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ମଧ୍ୟାହ୍ନ ୧୨.୫୫ରେ ଆରମ୍ଭ ହୋଇ ମଧ୍ୟାହ୍ନ ୧ ବେଳେ ଏହାର ଶିଳାନ୍ୟାଶ କରାଯିବାର ବ୍ୟବସ୍ଥା ରହିଛି ଏବଂ ୧.୩୦ ସମୟରେ ସର୍ବ ଧର୍ମ ପ୍ରାର୍ଥନା କରାଯାଇ ପ୍ରଧାନମନ୍ତ୍ରୀ ମୋଦି ୨.୧୫ରେ ଉପସ୍ଥିତ ସମାରୋହରେ ସମ୍ବୋଧନ କରିବେ ।
୬୪,୫୦୦ ବର୍ଗ ମିଟର ଆକାରରେ ଏହାର ନିର୍ମାଣ ହେବାକୁ ଥିବା ଏହି ଚାରି ମହଲା ବିଶିଷ୍ଟ ଭବନରେ ପାଖାପାଖି ୯୭୧କୋଟି ଖର୍ଚ୍ଚ କରାଯିବାର ଆକଳନ କରାଯାଇଛି । ଏହି ନୂତନ ସଂସଦ ଭବନ ଅଗଷ୍ଟ ୨୦୨୨ ଅଥବା ଦେଶର ୭୫ତମ ସ୍ଵାଧିନତା ଦିବସ ବେଳକୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଥିବା ଆଶା ପ୍ରକାଶ କରାଯାଉଛି । ଏହି ପ୍ରସ୍ତାବିତ ଭବନରେ ଲୋକସଭା ପାଇଁ ୮୮୮ଟି ଆସନ ବଢାଇବାକୁ ଯୋଜନା କରିଥିବା ବେଳେ ମିଳିତ ଅଧିବେଶନ ପାଇଁ ୧୨୨୪ଟି ଆସନର ରଖିବାର ବ୍ୟବସ୍ଥା ହୋଇଛି । ସେହିପରି ରାଜ୍ୟସଭାରେ ୩୮୪ଜଣ ସଦସ୍ୟ ବସିବାର ବ୍ୟବସ୍ଥା କରାଯାଇଛି ଏବଂ ଭବିଷ୍ୟତରେ ଏହାର ଆସନ ବଢାଇବାର ବିକଳ୍ପ ମଧ୍ୟ ରଖାଯାଇଛି । ମଲ୍ଟି କମିଟି ରୁମ୍, ଡାଇନିଂ ଅଞ୍ଚଳ, ପାର୍କିଂ ଓ ଲାଇବ୍ରେରୀର ସୁବିଧା ସହ ନୂତନ କୋଠାରେ ବିଶାଳ କନଷ୍ଟିଚ୍ୟୁସନ୍ ହଲ୍ ଏବଂ ସାଂସଦଙ୍କ ପାଇଁ ଲନ୍ର ସୁବିଧା ମଧ୍ୟ କରାଯିବ । ତ୍ରିଭୁଜ ଆକାରର ହେବାକୁ ଥିବା ଏହି ନୂଆ ସଂସଦ TATA ଦ୍ଵାରା ନିର୍ମାଣ କରାଯିବ ଏବଂ ଏହା ପୁରୁଣା ସଂସଦରୁ ତିନିଗୁଣା ବଡ଼ ହେବ ବୋଲି ଆକଳନ କରାଯାଉଛି ।