ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗୁଗୁଲ ପ୍ରକାଶ କରିଛି ତାର ‘ଇୟର ଇନ ସର୍ଚ୍ଚ’ ତାଲିକା । ଯେଉଁ ତାଲିକାରେ ଭାରତୀୟମାନେ ଗୁଗୁଲରେ କାହାକୁ ବେଶୀ ଖୋଜିଛନ୍ତି ସେ ବିଷୟରେ ପ୍ରକାଶ ପାଇଛି । ତେବେ ଏହି ଲିଷ୍ଟ ରେ ପ୍ରକାଶିତ ତଥ୍ୟ ବେଶ ଆର୍ଶ୍ଚଯ୍ୟଜନକ ରହିଛି । ଭାରତୀୟ ମାନେ ସବୁଠୁ ବେଶୀ ଖୋଜିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ । ବାଇଡେନଙ୍କ ପରେ ଏହି ତାଲିକାରେ ପ୍ରକାଶ ପାଇଛି ରିପବ୍ଲିକ ଟିଭିର ସାମ୍ବାଦିକ ଅର୍ଣ୍ଣବ ଗୋସ୍ଵାମୀଙ୍କ ନାମ ।ତେବେ ଗୁଗୁଲ ରିପୋର୍ଟ ଅନୁଯାୟୀ ସର୍ଚ୍ଚ ଲିଷ୍ଚରେ ରହିଛି ‘ଅର୍ଣ୍ଣବ ଗୋସ୍ୱାମୀ’, ‘ଅର୍ଣ୍ଣବ ଗୋସ୍ୱାମୀ ଆରେଷ୍ଟେଡ୍’ ‘ଅର୍ଣ୍ଣବ ଗୋସ୍ୱାମୀ ବେଲ୍’, ‘ହ୍ୱାଏ ଅର୍ଣ୍ଣବ ଗୋସ୍ୱାମୀ ଆରେଷ୍ଟେଡ୍’ ଭଳି ଶବ୍ଦ ଯାହାକୁ ଲୋକମାନେ ସବୁଠୁ ବେଶୀ ଖୋଜିଥିଲେ । ନଭେମ୍ୱର ୪ ତାରିଖରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମହାରାଷ୍ଟ୍ର ପୁଲିସ ଗିରଫ କରିଥିଲା । ତେବେ ମାତ୍ର ୧ ମାସ ମଧ୍ୟରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଲୋକମାନେ ଏତେ ପରିମାଣରେ ସର୍ଚ୍ଚ କରିଛନ୍ତି ଯେ ତାଙ୍କୁ ଦ୍ଵିତୀୟ ସ୍ଥାନର ଅଧିକାରୀ କରାଇ ପାରିଛନ୍ତି । ଅର୍ଣ୍ଣବ ଗୋସ୍ଵାମୀଙ୍କ ଜେଲ ଯିବା ତାଙ୍କୁ ଗ୍ଲୋବାଲ୍ ଟ୍ରେଣ୍ଡିଙ୍ଗରେ ସ୍ଥାନ ଦେଇପାରିଛି ।
ତେବେ ଏହି ତାଲିକାରେ ପ୍ରଥମ ସ୍ଥାନରେ ବାଇଡ଼େନ୍ ଥିବାବେଳେ ଦ୍ବିତୀୟରେ ଅର୍ଣବ ଗୋସ୍ବାମୀ, ତୃତୀୟରେ,ବଲିଉଡ଼୍ ଗାୟିକା କନିକା କପୁର, ଚତୁର୍ଥରେ ଉତ୍ତରକୋରିଆର ଶାସକ କିମ୍ ଜଙ୍ଗ୍ ଉନ୍, ପଞ୍ଚମ ସ୍ଥାନରେ ଅମିତାଭ ବଚ୍ଚନ ଷଷ୍ଠରେ ରସିଦ ଖାନ୍, ସପ୍ତମରେ ରିଆ ଚକ୍ରବର୍ତ୍ତୀ, ଅଷ୍ଟମରେ ଆମେରିକାର ନିର୍ବାଚିତ ଉପରାଷ୍ଟ୍ରପତି କମଲା ହ୍ୟାରିସ, ନବମରେ ଅଙ୍କିତା ଲୋଖଣ୍ଡେ ଏବଂ ଦଶମରେ କଙ୍ଗନା ରଣାଓ୍ୱତ ରହିଛନ୍ତି।