ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ନୂଆବର୍ଷରେ କଲେଜ ଖୋଲିବା ନେଇ ସୂଚନା ଦେଇଛନ୍ତି ଓଡିଶାର ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ତେବେ କଲେଜ ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଯଦି କଲେଜ ଖୋଲିବା ବିଳମ୍ବ ହେବ ତେବେ ସିଲାବସକୁ କମ କରିବା ପାଇଁ ଚିନ୍ତା କରାଯାଇପାରେ । ।
ସେ ଆଉ ମଧ୍ୟ କହିଛନ୍ତି ଯେ ୟୁଜି ଓ ପିଜି ସେମିଷ୍ଟରକୁ ଘୁଞ୍ଚାଯିବ । ଏହାସହ କ୍ଲାସରେ ୭୦/୮୦ ଦିନ ପାଠ ପଢ଼ା ଯାଇ ପରୀକ୍ଷା ହେବ। ଅନ୍ଲାଇନ୍ ପଢ଼ାକୁ ନେଇ ପରୀକ୍ଷା କଲେ ଫେଲ୍ ପ୍ରତିଶତ ବଢ଼ିବ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି । ତେବେ ଏ ନେଇ ରାଜ୍ୟ ସରକାରଙ୍କ ଚୂଡାନ୍ତ ନିଷ୍ପତିକୁ ଅପେକ୍ଷା କରିଛନ୍ତି ଛାତ୍ରଛାତ୍ରୀ ।