ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ସାରା ରାଜ୍ୟରେ ଘନ କୁହୁଡି ସହିତ ଶୀତର ପ୍ରଭାବ ଦେଖିବାକୁ ମିଳିଛି । ତେବେ ରାଜ୍ୟର ୪ଟି ଅଞ୍ଚଳରେ ପାରଦ ୧୨ ଡିଗ୍ରୀ ତଳେ ରହିଥିବାର ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଭବାନିପାଟଣାରେ ସର୍ବନିମ୍ନ ୧୧.୪ ଡିଗ୍ରୀ ତାପମାତ୍ରା ଆକଳନ କରାଯାଇଥିବା ବେଳେ ଏହା ପଛକୁ ଅନୁଗୁଳ ୧୧.୬ ଡିଗ୍ରୀ, ଝାରସୁଗୁଡା ୧୨ ଡିଗ୍ରୀ, କେନ୍ଦୁଝର ୧୨ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ଆକଳନ କରାଯାଇଛି ।
ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଗତକାଲି ରାତିରେ ଶୀତର ପ୍ରକୋପ ଅଧିକ ଦେଖାଯାଇଥିଲା । ଶୀତ ସହିତ ଘନ କୁହୁଡି ମଧ୍ୟ ସାଧାରଣ ଜୀବନ ଯାପନକୁ ବାଧାପ୍ରାପ୍ତ କରିଥିଲା । ପାରାଦ୍ଵୀପରେ ସର୍ବାଧିକ କୁହୁଡି ଦେଖାଯାଇଥିଲା ୫୦ ମିଟର ଯାଏଁ ରାସ୍ତା ଦୃଶ୍ୟମାନ ହେଉନଥିଲା । ପୁରୀ, କଟକ ରେ ମଧ୍ୟମ ଧରଣର କୁହୁଡି ଦେଖାଯାଇଥିଲା ଓ ଏଠାରେ ଦୃଶ୍ୟମାନ ଦୂରତା ୨୦୦-୩୦୦ ମିଟର ଥିଲାବେଳେ ଚାନ୍ଦବାଲି ର ଦୃଶ୍ୟମାନ ଦୂରତା ୭୦୦ ମିଟର ଥଲା । ତେବେ ରାଜଧାନୀରେ ସକାଳ ୯ ଟା ଯାଏଁ କୁହୁଡିର ପ୍ରଭାବ ଦେଖାଯାଇଥିଲା ।
Realized #weather during past 24 hours over the districts of #Odisha pic.twitter.com/zCvBuk1K06
— Meteorological Centre, Bhubaneswar (@mcbbsr) December 10, 2020