ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିବାକୁ ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିଲେ ଓ଼଼ଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଚାଲିଛି ଟର୍ମିନାଲ ନିର୍ମାଣ କାର୍ଯ୍ୟ ।୧୮୦ କୋଟି ବ୍ୟୟ ବରାଦରେ ଏହାର ନିର୍ମାଣ କାର୍ଯ୍ୟ କରାଯିବ । ତେବେ ଏହି ଅନ୍ତଃରାଜ୍ୟ ବସ୍ଷ୍ଟାଣ୍ଡରେ ୧୯୦ ଟି ବସ୍ ଏକା ସାଙ୍ଗରେ ରହିପାରିବ ।ସାଢେ ୪ ଏକର ଜାଗାରେ ଏହି ଅନ୍ତଃରାଜ୍ୟ ବସ୍ଷ୍ଟାଣ୍ଡଟି ନିର୍ମାଣ କରାଯିବ । ଖଣ୍ଡଗିଗିଠାରେ ବସ୍ ଡିପୋ ତିଆରି କରାଯିବ । ଏହି କାର୍ଯ୍ୟ ସମାପ୍ତ ହେବାକୁ ପ୍ରାୟ ଦେଢ ବର୍ଷ ସମୟ ଲାଗିବ ।