ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଜାତୀୟ ମାନବାଧିକାର କମିଶନଙ୍କ ଦ୍ଵାରା ପାଳନ ହୋଇଛି ଆନ୍ତର୍ଜାତୀୟ ମାନବାଧିକାର ଦିବସ । ତେବେ ଏହି କାର୍ଯ୍ୟକ୍ରମରେ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଗୃହମନ୍ତୀ ନିତ୍ୟାନନ୍ଦ ରାଜ । ସେ କହିଥିଲେ ଯେ ଭାରତରେ ବୈଦିକ ଯୁଗରୁ ହିଁ ମାନବାଧିକାର ରହିଆସିଛି । ୧୯୪୮ ଡିସେମ୍ବର ୧୦ ରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ଵାରା ଏହାକୁ ସାର୍ବଜନୀନ ଭାବେ ଘୋଷଣା କରାଯାଇଥିଲା । ପ୍ରତିବର୍ଷ ଡିସେମ୍ବର ୧୦ ରେ ମାନବାଧିକାର ଦିବସ ପାଳନ କରାଯାଏ । ଏ ବର୍ଷର ମାନବାଧିକାର ଦିବସର ଥିମ ହେଉଛି ‘ରିକୋଭର ବେଟର, ଷ୍ଟାଣ୍ଡ ଅପ ଫର ହ୍ୟୁମାନ ରାଇଟ୍ସ’, । ଏହି ଥିମକୁ କରୋନା ମହାମାରୀକୁ ଦୃଷ୍ଟିରେ ରଖାଯାଇ ରଖାଯାଇଛି ।
ମାନବାଧିକାର ଦିବସ ଲୋକମାନେ ନିଜର ଅଧିକାର ପ୍ରତି ସଚେତନ ରହିବା ଉଦ୍ଦେଶ୍ୟରେ ପାଳନ କରାଯାଏ । ମାନବାଧିକାର କାନୁନ ମଧ୍ୟରେ ସ୍ୱାସ୍ଥ୍ୟ, ଆର୍ଥିକ, ସାମାଜିକ ଓ ଶିକ୍ଷା ଭଳି ଅଧିକାର ସାମିଲ ହୋଇଛି । ଏହି ମଣିଷର ଜନ୍ମଗତ ଅଧିକାର । ଯାହାଦ୍ୱାରା ମଣିଷ ଜାତି, ରାଷ୍ଟ୍ର।ୟତା, ଧର୍ମ ଓ ଲିଙ୍ଗ ଆଧାରରେ ସେମାନଙ୍କୁ କେହି ପ୍ରତାରିତ କରିପାରିବେ ନାହିଁ ।