ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ସଂଦ୍ଧ୍ୟା ୬ଟା ୪୫ ମିନିଟ୍ରେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ଅନୁଷ୍ଠିତ ହେବ। ଏହି କ୍ୟାବିନେଟ୍ରେ ପ୍ରାୟ ୧୧ଟି ପ୍ରସ୍ତାବ ଆସିପାରେ।
ସୂଚନା ଅନୁଯାୟୀ, ୧୦୦୦ କୋଟିରୁ ଅଧିକ ବ୍ୟୟ ଅଟକଳରେ ଫୁଲବାଣୀ ଓ କୋରାପୁଟ ମେଡିକାଲ କଲେଜ୍ ବିଲ୍ଡିଂ ନିର୍ମାଣ ପାଇଁ ଆହ୍ବାନ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ୍ର ଅନୁମୋଦନ ନିଆଯିବ। ସେହିପରି ବରଗଡ଼ ଜିଲ୍ଲାର ଗାଏସିଲଟ ଓ ଅତାବିରାରେ ଦୁଇଟି ପାନୀୟ ଜଳ ପ୍ରକଳ୍ପ ପାଇଁ ଟେଣ୍ଡର, ଗୃହ, ସାଧାରଣ ପ୍ରଶାସନ ବିଭାଗ ଓ ଜଳସମ୍ପଦ ବିଭାଗର କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ନେଇ ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି।