ସନ୍ଷ୍ଟାର ଟିଭି ବ୍ୟୁରୋ
ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ସମସ୍ତ ପ୍ରତିଯୋଗୀତା ମୂଳକ କ୍ରିକେଟ ଜଗତରୁ ଅବସର ନେଇଛନ୍ତି । ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ପାର୍ଥିବ୍ ପଟେଲ । ୧୭ ବର୍ଷ ବୟସରୁ କ୍ରିକେଟ ଜଗତରେ ପାଦ ଥାପିଥିବା ପଟେଲଙ୍କର ଆଜି ୧୮ ବର୍ଷର କ୍ରିକେଟ୍ ଯାତ୍ରା ଶେଷ ହୋଇଛି । ତେବେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ୨୦୦୨ ମସିହାରେ ଇଂଲଣ୍ଡ ବିପକ୍ଷରେ ଏକ ଅନ୍ତର୍ଜାତୀୟ ମ୍ୟାଚରେ ଓ ତାଙ୍କର ଶେଷ ମ୍ୟାଚ ଥିଲା ଜୋହାନ୍ସବର୍ଗରେ ଅନୁଷ୍ଠିତ ଏକ ଟେଷ୍ଟ ମ୍ୟାଚ ଯାହା ୨୦୧୮ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ । ଭାରତୀୟ ଦଳରେ ଜଣେ ୱିକେଟ କିପର ବ୍ୟାଟସ୍ ମ୍ୟାନ୍ ଭାବେ ସେ ୨୮ଟି ଟେଷ୍ଟ, ୩୮ଟି ଦିନିକିଆ ଏବଂ ୨ଟି ଟି ୨୦ ମ୍ୟାଚ ଖେଳିଛନ୍ତି । ପାର୍ଥିବ ଯେତେବେଳେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ ସେତେବେଳେ ସେ ସବୁଠୁ କମ୍ ବୟସର କ୍ରିକେଟର ଥିଲେ ।
ଟୁଇଟ୍ କରି ପାର୍ଥିବ କହିଛନ୍ତି ଆଜି ମୁଁ ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରୁ ଅବସର ଘୋଷଣା ସହିତ ୧୮ ବର୍ଷର କ୍ରିକେଟ ଯାତ୍ରାରେ ପୂର୍ଣ୍ଣଛେଦ ଟାଣୁଛି । ଅନେକଙ୍କ ପାଇଁ ଏହି ଅବସରରେ ମୁଁ ଋଣି ରହିବି । ୧୭ ବର୍ଷର ବାଳକ ଭାରତୀୟ ଦଳ ପାଇଁ ଖେଳିବା ସମୟରେ ମୋ ଉପରେ ବିସିସିଆଇ ପ୍ରଚୁର ଆତ୍ମବିଶ୍ୱାସ ଦେଖାଇଥିଲା । ମୋ ହାତ ଧରି ଯେଉଁମାନେ ଆଗକୁ ବଢାଇଥିଲେ ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ । ପାର୍ଥିବ ପଟେଲ ନିଜର ଫାଷ୍ଟ କ୍ଲାସ କ୍ୟାରିୟରରେ ୧୯୪ ଟି ମ୍ୟାଚ ଖେଳି ୧୧ ହଜାର ରନ୍ ସ୍କୋର କରିଛନ୍ତି । ଏହା ମଧ୍ୟରେ ୨୭ ଶତକ ଓ ୬୭ ଅର୍ଧଶତକ ରହିଛି । ୨୦୧୬-୧୭ ସିଜିନରେ ଗୁଜରାଟକୁ ରଣଜୀ ଚାମ୍ପିଅନ୍ କରାଇଥିଲେ ପଟେଲ ।
— parthiv patel (@parthiv9) December 9, 2020
। ନିଜର କ୍ୟାରିଅରର ପ୍ରଥମ ପାହାଚରେ ସେ ଖୁବ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ଦିନେଶ କାର୍ତ୍ତିକ ଓ ଧୋନି ଙ୍କ ଆସିବା ପରେ ତାଙ୍କ କ୍ରିକେଟ କ୍ୟାରିୟର ପ୍ରଭାବିତ ହୋଇଥିଲା ।