ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂତନ କୃଷି ବିଲକୁ ବିରୋଧ କରି କୃଷକ ମାନଙ୍କ ଆନ୍ଦୋଳନ ୧୪ ଦିନରେ ପହଞ୍ଚିଥିଲେ ମଧ୍ୟ ଏ ପ୍ରର୍ଯ୍ୟନ୍ତ କିଛି ନିଷ୍କର୍ସ ବାହାରି ପାରିନାହିଁ । ତେବେ କାଲି ରାତିରେ କେନ୍ଦ୍ର ସରକାର ଓ କୃଷକମାନଙ୍କ ମଧ୍ୟରେ ହୋଇଥିବା ବୈଠକରେ ସରକାରଙ୍କ ଦ୍ଵାରା କୃଷକ ମାନଙ୍କୁ ଏକ ପ୍ରସ୍ତାବ ଦିଆଯିବ ବୋଲି କୁହାଯାଇଥିଲା । ସୂଚନା ଅନୁଯାୟୀ ସରକାରଙ୍କ ଲିଖିତ ପ୍ରସ୍ତାବରେ ଏମ୍ଏସ୍ପି ଜାରି ରହିବ ।
ସରକାରଙ୍କ ଦ୍ଵାରା କୃଷକ ସଂଗଠନ କୁ ଦିଆଯାଇଥିବା ଲିଖିତ ପ୍ରସ୍ତାବର କେନ୍ଦ୍ର ବିନ୍ଦୁ ।
ସୂଚନା ଅନୁସାରେ ସରକାର ନିଜର ଲିଖିତ ପ୍ରସ୍ତାବ ରେ ଏହି ସବୁ କେନ୍ଦ୍ର ପ୍ରତି ଧ୍ୟାନ ଦେଇଛନ୍ତି ।
- ଏମ୍ଏସ୍ପି କୁ ଉଠାହେବ ନାହିଁ । ପୂର୍ବପରି ଏମ୍ଏସ୍ପି ବଳବତ୍ତର ରହିବ ।
- ମଣ୍ଡି ଆଇନ ଏପିଏମ୍ସି ରେ ବଡ ସଂଶୋଧନ ଅଣାଯିବ ।
- ବେସରକାରୀ କୃଷି ସଂସ୍ଥାକୁ ପଞିକରଣ କରିବାକୁ ପଡିବ ।
- ନୂତନ କୃଷି ଆଇନରେ କୌଣସି ତୃଟି ରହିଲେ କୃଷକମାନେ କୋର୍ଟର ଦ୍ଵାରସ୍ଥ ହୋଇପାରିବେ । ଏଥିପାଇଁ ସରକାର ସେମାନଙ୍କୁ ଅଧିକାର ଦେବେ ଓ ଫାଷ୍ଟ ଟ୍ରାକ କୋର୍ଟ ଗଠନ ପାଇଁ ମଧ୍ୟ ସରକାର ଅନୁମତି ଦେବେ ।
- ସରକାର ଇଲେକ୍ଟ୍ରିସିଟି ସଂଶୋଧନ ବିଲ ଆଗତ କରିବେ ନାହିଁ । ଏଥିରେ ପରିବର୍ତ୍ତନ ମଧ୍ୟ ଅଣାଯିବ ।