ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପର୍ଯ୍ୟଟନର ଆକର୍ଷଣର କେନ୍ଦ୍ରବିନ୍ଦୁ ଇକୋ ରିଟ୍ରିଟର ଦ୍ୱିତୀୟ ସଂସ୍କରଣକୁ ଉଦଘାଟନ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦ୍ଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଏହି ସମାରୋହରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏବଂ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ମଧ୍ୟ ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା।
ଆଜିଠାରୁ ଓଡିଶାର ୫ ଟି ଭିନ୍ନ ଭିନ୍ନ ସ୍ଥାନରେ ହୀରାକୁଦ, ଦାରିଙ୍ଗିବାଡି କୋଣାର୍କର ରାମଚଣ୍ଡୀ ବେଳାଭୂମି, ସାତକୋଶିଆ, ଏବଂ ଭିତରକନିକା, ଠାରେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଆଜି ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଓଡିଶାର ସୌନ୍ଦର୍ଯ୍ୟ ପ୍ରତି ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷିତ କରିବା ଲାଗି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।
ତେବେ ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ବିଳାସପୂର୍ଣ୍ଣ ଗୃହରେ ରହିବାର ସୁବିଧା କରାଯାଇଥାଏ । ଏଥିସହିତ ଯେପରିକି ଜଳ କ୍ରୀଡା କାର୍ଯ୍ୟକ୍ରମ ପରି ଦୁଃସାହସିକ କାର୍ଯ୍ୟ ,ଓଡିଶାର ପ୍ରସିଦ୍ଧ ଖାଦ୍ୟ, ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥାଏ ।
Hon’ble CM Shri @Naveen_Odisha extends a warm welcome to all to Eastern India’s foremost glamping destination. He assured that the facilities at #EcoretreatOdisha are in complete compliance with #Covid19 safety guidelines & SOP laid down by the GoI.#OdishaTourism @CMO_Odisha pic.twitter.com/CzZWUMjz5F
— Odisha Tourism (@odisha_tourism) December 9, 2020