ସନ୍ଷ୍ଟାର ଟିଭି ବ୍ୟୁରୋ
ସିଡନି: ଆଜି ଟିମ୍ ଇଣ୍ଡିଆ ସିଡନି ଠାରେ ତୃତୀୟ ଟି- ୨୦ ମ୍ୟାଚ୍ ଖେଳିବାକୁ ଯାଉଛି । ଘରୋଇ ପଡିଆରେ ଅଷ୍ଟ୍ରେଲିଆକୁ ୨-୦ରେ ହରାଇ ସିରିଜ ହାତେଇ ସାରିବା ପରେ ‘କ୍ଲିନ୍ ସୁଇପ’ ଆଶାରେ ଭାରତୀୟ କ୍ରିକେଟ ଦଳ ପଡିଆରେ ପାଦ ରଖିବ । ଅନ୍ୟ ପଟରେ ଅଷ୍ଟ୍ରେଲିଆ ସମ୍ମାନ ବଞ୍ଚାଇବା ପାଇଁ ସବୁ ଚେଷ୍ଟା କରିବ । ମଧ୍ୟାହ୍ନ ୧.୪୦ ରେ ମ୍ୟାଚ ଆରମ୍ଭ ହେବାକୁ ଯାଉଛି ଏହି ମ୍ୟାଚ ।
ପୂର୍ବ ଦୁଇଟି ମ୍ୟାଚରେ ଭାରତୀୟ ଖେଳାଳୀଙ୍କର ଖୁବ ଭଲ ପ୍ରଦର୍ଶନ ରହିଛି । ଦୁଇଟି ମ୍ୟାଟ ଟି ନଟରାଜନଙ୍କ ଶୃଙ୍ଖଳିତ ବୋଲିଂ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ପ୍ରଥମ ୨ଟି ମ୍ୟାଚ୍ ରେ ସେ ୫ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ମଙ୍ଗଳବାର ଆରୋନ୍ ଫିଞ୍ଚ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ପ୍ରଥମ ଟି-ଟ୍ୱେଣ୍ଟିରେ ସେ ଆହତ ହୋଇ ଦ୍ୱିତୀୟ ମ୍ୟାଚ୍ ଖେଳିପାରି ନଥିଲେ। ବର୍ତ୍ତମାନ ସେ ଫିଟ୍ ଅଛନ୍ତି ।
- ଭାରତୀୟ ଦଳର ସମ୍ଭାବ୍ୟ ଖେଳାଳୀ:ବିରାଟ କୋହଲି (କ୍ୟାପଟେନ), ଶିଖର ଧୱନ, ମୟଙ୍କ ଅଗ୍ରଓ୍ଵାଲ, କେ.ଏଲ୍ ରାହୁଲ (ଉପ-ଅଧିନାୟକ ତଥା ୱିକେଟ୍ କିପର), ଶ୍ରେୟସ୍ ଆୟର୍, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ଶାମି, ନବଦୀପ ସାଇନି, ଦୀପକ ଚହର, ଟି ନଟରାଜନ୍, ଶାର୍ଦ୍ଦୁଲ ଠାକୁର ।
- ଅଷ୍ଟ୍ରେଲିଆ ଦଳର ସମ୍ଭାବ୍ୟ ଖେଳାଳୀ:ମାଥ୍ୟୁ ୱେଡ୍ (କ୍ୟାପଟେନ୍), ଏମ୍ ଓ୍ଵାଡ୍ ଡି’ଆରସି ସର୍ଟ, ଷ୍ଟିଭ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ, ମୋଇସ୍ ହେନ୍ରିକ୍ସ, ମାର୍କସ୍ ଷ୍ଟୋନିସ୍, ଡାନିଏଲ୍ ସାମ୍ସ, ସିନ ଆବଟ୍ଟ, ମିଚେଲ ସ୍ୱେପ୍ସନ, ଆଡାମ ଜାମ୍ପା, ଆଣ୍ଡ୍ର୍ୟୁ ଟାଇ, ଜୋସ୍ ହେଜଲେଉଡ୍, ଆଲେକ୍ସ କ୍ୟାରି, ନାଥାନ୍ ଲିଅନ୍, ମାର୍ନସ୍ ଲାବୁସାନେ, ଆରୋନ ଫିଞ୍ଚ ।