ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଖୁବ ଶୀଘ୍ର ଦେଶରେ ଆରମ୍ଭ ହେବାକୁ ଯାଉଛି 5G ସେବା । ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ସମାରୋହରେ ଯୋଗ ଦେଇ ରିଲାଲ୍ସ କମ୍ପାନୀର ମାଲିକ ମୁକେଶ ଅମ୍ପାନୀ ଏପରି ଘୋଷଣା କରିଛନ୍ତି । ତେବେ ୨୦୨୧ ବେଳକୁ ଜିଓ ଦେଶରେ 5G ସେବା ଆରମ୍ଭ କରିବ ବୋଲି କହିଛନ୍ତି ମୁକେଶ ।
ଏହା ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ହେବ ବୋଲି ମୁକେଶ କହିଛନ୍ତି। ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସର ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ଅମ୍ବାନୀ କହିଛନ୍ତି “ ଡିଜିଟାଲ ଭାବେ ସଂଯୋଗ ହୋଇଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଏବେ ଏକ ସର୍ବୋତ୍ତମ ରାଷ୍ଟ୍ର ଭାବେ ପରିଗଣିତ ହୋଇପାରିଛି। ଦେଶର ଏହି ଗତି ଜାରି ରଖିବାକୁ ହେଲେ 5G ସେବା ନିହାତି ଆବଶ୍ୟକ ଓ ଏହାକୁ ସୁହାଇଲା ଭଳି କରିବା ସହିତ ଉପଲବ୍ଧତା ବଢ଼ାଇବାକୁ ପଡ଼ିବ। ୨୦୨୧ ଦ୍ୱିତୀୟାର୍ଦ୍ଧ ବେଳକୁ ପ୍ରଥମେ ଜିଓ ଦେଶରେ 5G ସେବା ଆରମ୍ଭ କରିବ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି। ଏହା ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳ ନିର୍ମିତ ହେବ। ଏହାର ହାର୍ଡୱେୟାର ଓ ଟେକ୍ନୋଲୋଜି କମ୍ପୋନେଣ୍ଟ ସବୁ ଭାରତର ହେବ।” ବୋଲି ମୁକେଶ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ 5G ସେବା ଦେଶର ଆତ୍ମନିର୍ଭର ଅଭିଯାନକୁ ବଳ ଦେବା ସହିତ ଚତୁର୍ଥ ପର୍ଯ୍ୟାୟ ଶିଳ୍ପବିଳ୍ପବରେ ଭାରତ ମୁଖ୍ୟ ଭୂମିକା ଗ୍ରହଣ କରିବ। ପ୍ରେରଣାଦାୟୀ ଆତ୍ମନିର୍ଭର ଭାରତର ଅଭିଯାନରେ ଜିଓ 5G ସେବା ଏକ ଉଦାହରଣ ହେବ। ଚତୁର୍ଥ ପର୍ଯ୍ୟାୟ ଶିଳ୍ପବିଳ୍ପବରେ ଭାରତ କେବଳ ଅଂଶଗ୍ରହଣ କରିବ ନାହିଁ ବରଂ ନେତୃତ୍ୱ ନେବ ବୋଲି ଅମ୍ବାନୀ କହିଛନ୍ତି।
ସେ ଆଉ ମଧ୍ୟ କହିଛନ୍ତି ଯେ ଦେଶରେ ଏବେ ୩୦ କୋଟିରୁ ଅଧିକ ଲୋକ 2G ଫୋନ ବ୍ୟବହାର କରୁଛନ୍ତି । ସେହି ଲୋକମାନଙ୍କ ପାଖରେ ସ୍ମାର୍ଟ ଫୋନ ପହଞ୍ଚାଇବା ଏହି କମ୍ ମୂଲ୍ୟରେ 5G ଫୋନ ତିଆରି କରିବାକୁ ପଡିବ ।