ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ବର୍ଷ ସରିବାକୁ ଆସିଲା ବେଳେ ଏ ବର୍ଷର ଶେଷ ସୂର୍ଯ୍ୟ ପରାଗ ଡିସେମ୍ବର ୧୪ରେ ପଡ଼ୁଛି। ଏହାପୂର୍ବରୁ, ନଭେମ୍ବର ୩୦ରେ ଚନ୍ଦ୍ରଗ୍ରହଣ ପଡ଼ିଥିଲା । ଜ୍ୟୋତିର୍ବିଜ୍ଞାନ ପକ୍ଷରୁ ଏହା ସୂଚନା ଦିଆଯାଇଛି । ଏହି ସୂର୍ଯ୍ୟପରାଗ ସନ୍ଧ୍ୟା ୭ଟା ୩ ମିନିଟ୍ ରେ ଆରମ୍ଭ ହୋଇ ୧୫ ଡିସେମ୍ବର ରାତି ୧୨ଟା ୩୩ ମିନିଟରେ ଶେଷ ହେବ । ଏହି ସୂର୍ଯ୍ୟ ପରାଗ ଦକ୍ଷିଣ ଆମେରିକା, ଦକ୍ଷିଣ ଆଫ୍ରିକା ଆଟଲାଣ୍ଟିକ୍, ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗରରେ ଦେଖାଯିବା ସହ ଏହି ଗ୍ରହଣ ଏକ ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେବ ।
ଗ୍ରହଣକାଳ ଏକ ଜ୍ୟୋତିର୍ବିଜ୍ଞାନିକଘଟଣା, କିନ୍ତୁ ଧାର୍ମିକ ଭାବରେ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦିଓ ଏହି ପରାଗ ଭାରତରେ ଦେଖାଯାଇନପାରେ, ତେବେ ଏହା ରାଶିର ଚିହ୍ନ ଉପରେ ସମ୍ପୂର୍ଣ୍ଣ ପ୍ରଭାବ ପକାଇବ। ଡିସେମ୍ବର ୧୪ରେ ପଡ଼ୁଥିବା ଏହି ସୂର୍ଯ୍ୟ ପରାଗ ବିଛା ରାଶି ଏବଂ ଜ୍ୟେଷ୍ଠା ନକ୍ଷତ୍ରରେ ଲାଗିବ । ଏହି ରାଶିର ଲୋକମାନେ ଏହି ସୂର୍ଯ୍ୟ ପରାଗ ସମୟରେ ବହୁତ ଯତ୍ନବାନ ହେବା ଆବଶ୍ୟକ।