ସନ୍ଷ୍ଟାର ଟିଭି ବ୍ୟୁରୋ
ସିଡନି: ସିଡନି ଠାରେ ଅନୁଷ୍ଠିତ ଟି- ୨୦ ସିରିଜର ତୃତୀୟ ମ୍ୟାଚରେ ଭାରତକୁ ପରାଜୟ ହେବାକୁ ପଡିଛି ଓ ଏଥିସହ ଚଳିତ ବର୍ଷର ଆନ୍ତର୍ଜାତୀୟ T20 ମ୍ୟାଚର ଏହା ହେଉଛି ପ୍ରଥମ ପରାଜୟ ତେବେ ପୂର୍ବ ଦୁଇଟି ମ୍ୟାଚରେ ଜିତି ସିରିଜକୁ ହାତେଇ ସାରିଥିଲା ବିରାଟ ବାହିନୀ । ଘରୋଇ ପଡିଆରେ ଅଷ୍ଟ୍ରେଲିଆକୁ ଅନ୍ୟ ପଟରେ ଅଷ୍ଟ୍ରେଲିଆ ସମ୍ମାନ ବଞ୍ଚାଇବା ସହ ୨-୧ରେ ସିରିଜକୁ ହରାଇଛି।
ତେବେ ପ୍ରଥମେ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା ଭାରତ । ଅଷ୍ଟ୍ରେଲିଆ ଟିମର କ୍ୟାପଟେନ୍ ମାଥ୍ୟୁ ୱେଡ୍ ୫୩ ରନରେ ୮୦ ରନ କରି ମ୍ୟାଚ ମୋଡ ବଦଳାଇବାରେ ସକ୍ଷମ ହୋଇପାରିଥିଲେ । , ଗ୍ଲେନ୍ ମ୍ୟାକ୍ସୱେଲ ୩୬ ବଲରେ ୫୪ ରନ ଓ ସ୍ମିଥ୍ ୨୩ ବଲରେ ୨୪ ରନ କରିଥିଲେ ।ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ ହରାଇ ୧୮୬ ରନ୍ ହାସଲ କରିଥିଲା ଅଷ୍ଟ୍ରେଲିଆ ଦଳ ।
ତେବେ ୧୮୯ ରନ୍ ବିଜୟ ଲକ୍ଷ୍ୟ ନେଇ ପଡିଆରେ ପ୍ରଥମେ ପାଦ ରଖିଥିଲେ କେ ଏଲ ରାହୁଲ ଓ ଶିଖର ଧଓ୍ଵନ । ତେବେ କେ ଏଲ ରାହୁଲ ୦ ରନ୍ କରି ମାକ୍ସଓ୍ଵେଲଙ୍କ ବଲରେ ଆଉଟ ହୋଇଯାଇଥିଲେ । ତେବେ ଭାରତର ସବୁଠୁ ବିସ୍ଫୋରକ ବ୍ୟାଣ୍ଟିଂ କରିଥିଲେ ଅଧିନାୟକ ବିରାଟ କୋହଲି । ସେ ୬୧ ବଲ୍ରେ ୮୫ ରନ୍ କରି ୧୮ ଓଭରରେ ଆଉଟ ହୋଇଯାଇଥିଲେ । ତେବେ ଶିଖର ଧଓ୍ଵନ ୨୧ ବଲରେ ୨୮ ରନ୍ କରିବାକୁ ସକ୍ଷମ ହୋଇଥିଲେ । ତେବେ ଶେଷ ଓଭରରେ ୭ ଓ୍ଵିକେଟ ହରାଇ ୧୭୪ ରନ କରିବାରେ ସମର୍ଥ ହୋଇଥିଲେ ଟିମ ଇଣ୍ଡିଆ ।
ତେବେ ଏହି ସିରିଜରେ ମ୍ୟାନ ଅଫ୍ ଦ ସିରିଜ ହାର୍ଦ୍ଦିକ ପାଣ୍ଡ୍ୟା ହୋଇଥିଲା ବେଳେ ମ୍ୟାନ ଅଫ୍ ଦ ମ୍ୟାଚ ମିସେଲ୍ ସ୍ଵେବ୍ସନ୍ ହୋଇଛନ୍ତି ।