ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବାଙ୍ଗାଲୁରୁ ର ସର୍ବୋତ୍ତମ କାର ମେକର କମ୍ପାନୀ ପ୍ରାଭେଗ୍ ଡାଇନାମାଇକ ଏବେ ଭାରତରେ ଲଞ୍ଚ କରିବାକୁ ଯାଉଛି ସ୍ଵଦେଶୀ ଜ୍ଞାନକୌଶଳରରେ ନିର୍ମିତ ଇଲେକ୍ଟ୍ରିକ କାର । ଯାହାକି ବେଶ୍ ଆକର୍ଷଣୀୟ ଦେଖାଯାଉଛି । ଭାରତୀୟ ବଜାରରେ ଇଲେକ୍ଟ୍ରି କାରର ଚାହିଦା ଖୁବ ବଢିବାରେ ଲାଗିଛି । ଯାହାଫଳରେ ସ୍ଥାନୀୟ ବାହନ ନିର୍ମାତା କମ୍ପାନୀ ଇଲେକ୍ଟ୍ରି କାର ତିଆରି କରିବାକୁ ମନ ବଳାଉଛନ୍ତି । ଏହି କ୍ରମରେ ଦେଶର ଆଉ ଏକ ଇଲେକ୍ଟ୍ରିକ ବାହନ ନିର୍ମାତା କମ୍ପାନୀ Pravaig Extinction ଇଲେକ୍ଟ୍ରି କାର Mk1 ଲଞ୍ଚ କରିବାକୁ ପ୍ରସ୍ତୁତି କରୁଛି । ସୂଚନା ଅନୁଯାୟୀ କମ୍ପାନୀ ଆଗାମୀ ବର୍ଷ ସୁଦ୍ଧା ଏହି କାର ବଜାରକୁ ଛାଡିପାରେ ।
ଏହି କାର୍ ମୁଖ୍ୟତଃ ଦକ୍ଷିଣ କୋରିଆର ପ୍ରମୁଖ ବାହନ ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇର ଇଲେକ୍ଟ୍ରିକ୍ କାର୍ କୋନା ଓ ଏମଜି ମୋଟର୍ସ ଜେଡଏସ୍ ସହ ପ୍ରତିଦ୍ବନ୍ଦିତା କରିବ । Hyundai Kona ସିଙ୍ଗଲ୍ ଚାର୍ଜରେ ୪୫୨ କିଲୋମିଟର ଓ MG ZS ସିଙ୍ଗଲ ଚାର୍ଜରେ ୩୪୦ କିଲୋମିଟର ଡ୍ରାଇଭ୍ ରେଞ୍ଜ ପ୍ରଦାନ କରିଥାଏ । ଏହି କାରକୁ କମ୍ପାନୀ ଅତ୍ୟନ୍ତ ଫ୍ୟୁଚରଷ୍ଟିକ୍ ଡିଜାଇନ୍ ଦେଇଛି। ଏହି କାରକୁ ଭାରତର ଟେସ୍ଲା ମଧ୍ୟ କୁହାଯାଉଛି।