ସନ୍ଷ୍ଟାର ଟିଭି ବ୍ୟୁରୋ
୨୫୦ ଟଙ୍କାରେ ମିଳିପାରେ କରୋନା ଟୀକାର ଗୋଟିଏ ଡୋଜ୍। ଖୁବଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିପାରେ ସିରମ ଇନଷ୍ଟିଚ୍ୟୁଟ। ଭାରତରେ ଅକ୍ସଫୋର୍ଡ ଏବଂ ଆଷ୍ଟ୍ରାଜେନିକାର ମିଳିତ ଟୀକା କୋଭିସିଲଡର ଜରୁରୀକାଳୀନ ବ୍ୟବହାର ନେଇ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆବେଦନ କରିସାରିଛି। ଟୀକା ବିତରଣ ନେଇ ଖୁବଶୀଘ୍ର କେନ୍ଦ୍ର ସରକାର ସହ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ। ଏପରିକି ସରକାର ଏବଂ ସିରମ ଇନଷ୍ଟିଚ୍ୟୁଟ୍ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାରେ ପହଁଚିଥିବା ଉଭୟ ସରକାର ଏବଂ ସିରମ ପକ୍ଷରୁ ଜଣାପଡିଛି।