ସନ୍ଷ୍ଟାର ଟିଭି ବ୍ୟୁରୋ
ଜାନୁଆରୀ ୮ ରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଅନ୍ତର୍ଜାତୀୟ ଚିଲିକା ପକ୍ଷୀ ମେଳା ୨୦୨୧। ତେବେ ଏହି ମେଲାରେ ୪୫୦ରୁ ଅଧିକ ପ୍ରଜାତିର ଲକ୍ଷାଧିକ ଦେଶୀ ଓ ବିଦେଶୀ ପକ୍ଷୀ ଦେଖିବାର ସୁଯୋଗ ମିଳିବ । ଜଙ୍ଗଲ ଓ ପରିବେଶ ବିଭାଗ ଓ ଓଡ଼ିଶା ଟୁରିଜିମର ମିଳିତ ପ୍ରୟାସରେ ଏହାର ଆୟୋଜନ କରାଯିବ । ଚିଲିକା ବାର୍ଡ ଫେଷ୍ଟିଭାଲ୍ ଜାନୁଆରୀ ୧୦ ଯାଏଁ ଚାଲିବ । ଶୀତ ଋତୁରେ ଋଷିଆ ସାଇବେରିଆ, ଚୀନ୍, କାଜାଖସ୍ଥାନ ଭଳି ରାଷ୍ଟ୍ରରୁ ଲକ୍ଷାଧିକ ପକ୍ଷୀ ହଜାର ହଜାର କିଲୋମିଟର ଉଡ଼ି ଚିଲିକାରେ ପହଞ୍ଚିଥାନ୍ତି । ଏଣୁ ପର୍ଯ୍ୟଟକ ଓଡ଼ିଶା ଟୁରିଜିମ୍ ୱେବସାଇଟ୍ ଜରିଆରେ ନିଜ ନାମ ପଞ୍ଜୀକୃତ କରି ଏ ମେଳାର ସହଭାଗୀ ହୋଇପାରିବେ ବୋଲି ପର୍ଯ୍ୟଟନ ନିର୍ଦ୍ଦେଶକ କହିଛନ୍ତି ।