ସନ୍ଷ୍ଟାର ଟିଭି ବ୍ୟୁରୋ
ବ୍ରିଟେନ: କରୋନା ମହାମାରୀ ଦାଉରୁ ରକ୍ଷା ପାଇବା ପାଇଁ ସାରା ବିଶ୍ଵରେ ବିଭିନ୍ନ ଦେଶ କରୋନା ଟୀକା ନିର୍ମାଣରେ ଲାଗି ପଡିଛନ୍ତି । ତେବେ କିଛି ଦେଶରେ ଟୀକାର ସଫଳ ପରୀକ୍ଷଣ ମଧ୍ୟ ସରିସାରଛି । ଆଜି ଠାରୁ ଆରମ୍ଭ ହୋଇଛି ବ୍ରିଟେନରେ ଟୀକାକରଣ । ବ୍ରିଟେନ ସରକାର ଏହାକୁ ବ୍ରିଟେନ ଇତିହାସର ସବୁଠୁ ବଡ ଟୀକାକରଣ କାର୍ଯ୍ୟକ୍ରମ ଭାବେ ଘୋଷଣା କରିଛନ୍ତି ।
ପୂର୍ବ ସପ୍ତାହରେ ବ୍ରିଟେନ ସର୍ବପ୍ରଥମ ରାଷ୍ଟ୍ର ଭାବେ ଫାଇଜର ଟୀକାକୁ ନିଜ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ଆଜି ଠାରୁ ବ୍ରିଟେନର ୫୦ ଟି ହସ୍ପିଟାଲରେ କରୋନା ରୋଗୀମାନଙ୍କୁ ଟୀକା ଦିଆଯାଉଛି ।
୮୦ ବର୍ଷରୁ ଅଧିକ ବୟସର ଲୋକମନଙ୍କୁ ଟୀକା ପ୍ରଥମେ ଦିଆଯିବ ବୋଲି ନିଷ୍ପତି ନେଇଛନ୍ତି ବ୍ରିଟେନ ସରକାର । ଏହି ଆଧାରରେ ୯୦ ବର୍ଷର ବୃଦ୍ଧା ମାର୍ଗାନେଟ କିନାନଙ୍କୁ ପ୍ରଥମ କରୋନା ଟୀକା ପ୍ରଦାନ କରାଯାଇଛି ।