ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତରେ ଜରୁରୀକାଳୀନ ବ୍ୟବହାର ଅନୁମତି ମାଗଲା ଭାରତ ବାୟୋଟେକ୍ । ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭାରତ ବାୟୋଟେକ୍ ଏହାର ଆଣ୍ଟି-କୋଭିଡ୍-୧୯ ଟିକା ପ୍ରସ୍ତୁତ କରିସାରିବା ପରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି ।ତେବେ ଏହା ପୂର୍ବରୁ ଫାଇଜର ଓ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିଡ- ୧୯ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗି ସାରିଛନ୍ତି ।
କେନ୍ଦ୍ରୀୟ ଔଷଧ ନିୟାମକରେ ଆବେଦନ କରିଛି ଭାରତ ବାୟୋଟେକ୍ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ସହଯୋଗରେ ଭାରତ ବାୟୋଟେକ୍ ସ୍ୱଦେଶୀ ଟିକା କୋଭାକ୍ସିନକୁ ବିକଶିତ କରିଛି । କୋଭାକ୍ସିନ ୩ଟି ପ୍ରର୍ଯ୍ୟାୟରେ ପ୍ରାୟ ୧୮୦୦୦ ସ୍ଵେଚ୍ଚାସେବୀଙ୍କୁ ନେଇ ଟେଷ୍ଟ କରାଯାଇଛି ।
ଡିସେମ୍ବର ୪ ତାରିଖରେ ଏକ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସପ୍ତାହ ଭିତରେ ଭାରତକୁ କୋଭିଡ୍ ଟିକା ମିଳିବା ନେଇ ଆଶା ପ୍ରକାଶ କରିଥିଲେ । ସେହିଦିନ ସନ୍ଧ୍ୟାରେ ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର ଭାରତୀୟ ଏହାର ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ କେନ୍ଦ୍ରୀୟ ଔଷଧ ନିୟାମକଙ୍କଠାରୁ ଅନୁମତି ମାଗିଥିଲା । ଏହାପରେ ଗତ ୬ ତାରିଖରେ ଅକ୍ସଫୋର୍ଡର କୋଭିଡ -୧୯ ଟିକା କୋଭିସିଲଡର ଜରୁରୀକାଳିନ ବ୍ୟବହାର ପଇଁ ଅନୁମତି ଲୋଡ଼ିଥିଲା ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ।
ଏବେ ଭାରତରେ ତିନି ତିନିଟି ଟିକା କମ୍ପାନୀ ଜରୁରୀକାଳିନ ବ୍ୟବାହର ଅନୁମତି ମାଗିଛନ୍ତି । ଆବେଦନଗୁଡ଼ିକର ମୂଲ୍ୟାଙ୍କନ ପାଇଁ କେବେ ବସିବ କମିଟି ବୈଠକ ଓ କି ନିଷ୍ପତ୍ତି ଶୁଣାଇବେ ତା ଉପରେ ଏବେ ନଜର ।