ସନ୍ଷ୍ଟାର ଟିଭି ବ୍ୟୁରୋ
ନୂତନ କୃଷି ଆଇନକୁ ବିରୋଧ କରି ଭାରତବନ୍ଦ ଡାକରା ଦେଇଥିଲେ କୃଷକ ସଂଘ । ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଦେଶବ୍ୟାପୀ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଛନ୍ତି କୃଷକ ସଂଘ । ତେବେ ଏହାର ପ୍ରଭାବ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ।
ତେବେ ଆଜି ସଂଦ୍ଧ୍ୟା ୭ଟାରେ କୃଷକ ନେତାଙ୍କ ସହ ଆଲୋଚନା କରିବା ପୂର୍ବକ ଏକ ବୈଠକ ଡାକିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସୂଚନା ଅନୁଯାୟୀ, ସରକାର ଡିସେମ୍ବର ୯ରେ କୃଷକ ସଂଗଠନମାନଙ୍କ ସହ ବୈଠକ ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଆଜି ଅମିତ ଶାହା ହଠାତ୍ ୧୩ଜଣ କୃଷକ ନେତା ସଦସ୍ୟଙ୍କୁ ସଂଦ୍ଧ୍ୟା ୭ଟାବେଳେ ଆଲୋଚନା ପାଇଁ ବୈଠକ ଡାକିଛନ୍ତି ।