ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆୟ ବର୍ହିଭୂତରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଥିବା ରାଜ୍ୟର ସବୁଠୁ ବଡ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଅଡୁଆ ବଢିବାରେ ଲାଗିଛି । ତେବେ ଆକାଶ ପାଠକଙ୍କୁ ପୁଣି ଥରେ ରିମାଣ୍ଡରେ ନେବା ଲାଗି କୋର୍ଟରେ ଅପିଲ କରିବେ ବୋଲି କହିଛନ୍ତି ଭୁବନେଶ୍ବର-କଟକ ପୁଲିସ କମିସନର କହିଛନ୍ତି ସୁଧାଂଶୁ ଷଡଙ୍ଗୀ । ଟାଟା ମୋଟର୍ସରେ ଚାକିରି କରୁଥିବା ନେଇ ସେ ଯେଉଁ ନିଯୁକ୍ତି ପତ୍ର ଦେଖାଇଛନ୍ତି, ସେଥିରେ ଥିବା ତାଙ୍କ ଦସ୍ତଖତ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ପୁଲିସ କମିସନର ସୂଚନା ଦେଇଛନ୍ତି । ଏବେ ପାଠକ ବାପ-ପୁଅ ଝାରପଡ଼ା ଜେଲରେ ରହିଛନ୍ତି ।
ତଦନ୍ତ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଆକାଶ ପାଠକ ଟାଟା କମ୍ପାନିରେ ଚାକିରି କରନ୍ତି କି ନାହିଁ ତାହା ଜାଣିବା ପାଇଁ କମ୍ପାନିକୁ ଚିଠି ଲେଖାଯାଇଥିଲା । ପରେ ଆକାଶ କମ୍ପାନିର କର୍ମଚାରୀ ନୁହଁନ୍ତି ବୋଲି ଟାଟା ପକ୍ଷରୁ ସ୍ପଷ୍ଟ କରା ଯାଇଥିଲା ।ପୂର୍ବରୁ ଭିଜିଲାନ୍ସ ୩ ଦିନିଆ ରିମାଣ୍ଡରେ ନେଇ ଆକାଶ ପାଠକଙ୍କୁ ଆର୍ଥିକ କାରବାର ଓ ନିଯୁକ୍ତି ନାଁରେ ଠକେଇ ନେଇ ପଚରାଉଚରା କରିଥିଲା । ତେବେ ସ୍କାଏକିଙ୍ଗ ଟ୍ରାଭେଲ୍ ଏଜେନ୍ସିକୁ ୬୩ ଲକ୍ଷ ଟଙ୍କାର ଠକେଇ ନେଇ ଆକାଶଙ୍କ ନାମରେ ହୋଇଥିବା ମାମଲାର ତଦନ୍ତ କରୁଛି କମିସନରେଟ୍ ପୁଲିସ ।
ସୂଚନା ଅନୁଯାୟୀ ଆକାଶ ବାରମ୍ବାର ନିଜର କଥା ବଦଳାଉଛନ୍ତି । ଜେରା ବେଳେ ସେ ଟାଟାରେ ଚାକିରି କରିନଥିବା କହିଥିବା ବେଳେ ଅଦାଲତରେ ସେ ଟାଟାରେ ଚାକିରି କରୁଥିଲି , କିନ୍ତୁ ଏବେ କମ୍ପାନି ସହଯୋଗ କରୁନାହିଁ ବୋଲି କହିଥିଲେ । ଏହା ସହ ବାହାରକୁ ଆସିଲେ ନିର୍ଦ୍ଦୋଷ ବୋଲି ସବୁ ପ୍ରମାଣ ଦେବେ ବୋଲି କହିଥିଲେ।