ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଭାରତର କରୋନା ଟୀକା ‘କୋଭିସିଲ୍ଡ’ର ଜରୁରୀକାଳୀନ ବ୍ୟବହାର ପାଇଁ କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିଛି । ବ୍ରିଟିଶ ଫାଇଜର୍ ପରେ ଭାରତରେ ଏପରି ଆବେଦନ କରିବାରେ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ହେଉଛି ପ୍ରଥମ ଭାରତୀୟ କମ୍ପାନୀ।
ସୂଚନା ଅନୁସାରେ, କମ୍ପାନୀ ପକ୍ଷରୁ ଭାରତୀୟ ଔଷଧ ମହାନିୟନ୍ତ୍ରକ(ଡିସିଜିଆଇ)ଠାରୁ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ବାରା ବିକଶିତ କରୋନା ଟିକା କୋଭିସିଲ୍ଡର ବ୍ୟବହାର ପାଇଁ ଅନୁମତି ଲୋଡ଼ିଛି। ଏହି ଟୀକାର ଉତ୍ପାଦନ ପୁଣେସ୍ଥିତ ବିଶ୍ଵର ସବୁଠାରୁ ବଡ଼ ଔଷଧ ନିର୍ମାତା ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ କରାଯାଉଛି।