ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଶୀତରେ ବେହାଲ ହେଉଛି ଓଡିଶା । କୁହୁଡିର ପ୍ରଭାବରେ ମାତ୍ର ୫୦ ମିଟର ଯାଏଁ ମଧ୍ୟ ରାସ୍ତା ଦୃଶ୍ୟମାନ ହେଉନାହିଁ । ତେବେ ରାଜ୍ୟର ଫୁଲବାଣୀ ଜିଲ୍ଲାରେ ସବୁଠୁ ବେଶୀ ଶୀତ ଅନୁଭୂତ ହୋଇଥିଲା । ଏହାର ତାପମାତ୍ରା ଥିଲା ୮.୦୫ ଡିଗ୍ରୀ । ତେବେ ଏହା ପଛକୁ ସୋନପୁରରେ ୮.୮ଡିଗ୍ରୀ, ଦାରିଙ୍ଗବାଡ଼ିରେ ୯, ଅନୁଗୁଳରେ ୧୦.୬, କୋରାପୁଟରେ ୧୦.୬, ଭବାନୀପାଟଣାରେ ୧୧.୬, ସୁନ୍ଦରଗଡ଼ରେ ୧୩, ମାଲକାନଗିରିରେ ୧୩, ବୌଦ୍ଧରେ ୧୩, ତାଳଚେରରେ ୧୩.୩, ଝାରସୁଗୁଡ଼ାରେ ୧୩.୪, ବଲାଙ୍ଗୀରରେ ୧୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଜି ସକାଳେ ଶୀତ ସହ କୁହୁଡିର ପ୍ରଭାବ ମଧ୍ୟ ଅଧିକ ଦେଖାଯାଉଥିଲା । ଚାନ୍ଦବାଲି ଓ ରାୟଗଡାରେ ଅତି ଘନ କୁହୁଡି ଦେଖାଯାଇଥିଲା । ଏହାର ପ୍ରଭାବରେ ୪୦ ମିଟର ଦୂରତା ଯାଏଁ ବାଟ ଦେଖାଯାଉନଥିଲା । ସେହିପରି ପାରାଦୀପରେ ମଧ୍ୟ କୁହୁଡି ପ୍ରଭାବରେ ୫୦ ମିଟର ଦୂରତା ଯାଏ ବାଟ ଦେଖିବା କଷ୍ଟକର ହୋଇପଡିଥିଲା । କଟକ , ଭୁବନେଶ୍ଵର ଓ ଅନ୍ୟାନ୍ୟ ସହରରେ ମଧ୍ୟ ହାଲକା କୁହୁଡି ଦେଖାଯାଇଥିଲା ।
#ଫୁଲବାଣୀ ୮.୫ #ସୋନପୁର ୮.୮ #ଦାରିଙ୍ଗବାଡି ୯ #ଅନୁଗୁଳ ୧୦.୬ #କୋରାପୁଟ ୧୦.୬ #ଭବାନୀପାଟଣା ୧୧.୬ #ସୁନ୍ଦରଗଡ ୧୩ #ମାଲକାନଗିରି ୧୩ #ବୌଦ୍ଧ ୧୩ #ତାଳଚେର ୧୩.୩ #ଝାରସୁଗୁଡା ୧୩.୪ ଏବଂ #ବଲାଙ୍ଗୀର ଠାରେ ୧୩.୫ ଡ଼ିଗ୍ରୀ #ରାତ୍ରି #ତାପମାତ୍ରା ରେକର୍ଡ pic.twitter.com/d8c2GUyhWy
— Meteorological Centre, Bhubaneswar (@mcbbsr) December 7, 2020