ସନ୍ଷ୍ଟାର ଟିଭି ବ୍ୟୁରୋ
ଆନ୍ଧ୍ର ପ୍ରଦେଶର ଏଲୁରୁରେ ଏକ ରହସ୍ୟମୟ ରୋଗ ଲୋକଙ୍କ ଭିତରେ ସୃଷ୍ଟି କରିଛି ଆତଙ୍କ। ରବିବାର ରାତିରେ ଏହି ରହସ୍ୟମୟ ରୋଗରେ ପୀଡିତ ହୋଇଥିବା ରୋଗୀଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଇଛି। ଗତ ରାତିରେ ଏହି ଅଜଣା ରୋଗରେ ପୀଡିତ ହେବାପରେ ୭୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ଏହି ରହସ୍ୟମୟ ରୋଗରେ ଏପର୍ଯ୍ରନ୍ତ ୩୫୦ ଜଣ ପୀଡିତ ହୋଇସାରିଛନ୍ତି। ୧୮୬ ଜଣଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ୧୬୪ ଜଣଙ୍କର ଏବେ ବି ଚିକତ୍ସା ଚାଲିଛି ତେବେ ଚିକିତ୍ସା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।