ସନ୍ଷ୍ଟାର ଟିଭି ବ୍ୟୁରୋ
ଆସନ୍ତା ୨୦୨୧-୨୨ ଆର୍ଥିକବର୍ଷ ଶେଷ ବେଳକୁ ଘରୋଇ ଅର୍ଥ ବ୍ୟବସ୍ଥା ସ୍ୱାଭାବିକ ସ୍ଥିତିକୁ ଫେରିଯିବ । କୋଭିଡ-୧୯ ସଂକ୍ରମଣ ପୂର୍ବରୁ ଅର୍ଥନୀତି ଯେଉଁଭଳି ସ୍ତରରେ ରହିଥିଲା, ତାହା ପୁଣି ଫେରିଆସିବ । କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପକ୍ଷରୁ ଏଭଳି ଭବିଷ୍ୟବାଣୀ କରାଯାଇଛି । ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି, ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ୮%ରୁ କମ୍ ହେବ ବୋଲି ଆଶା କରାଯାଉଛି । କିନ୍ତୁ ୨୦୨୧-୨୨ ଶେଷ ବେଳକୁ ପୂର୍ବ କୋଭିଡ ସ୍ତରକୁ ଅର୍ଥନୀତି ଫେରିଯିବ । ଅଭିବୃଦ୍ଧି ପୁଣି ଉପରମୁହାଁ ହେବ ।