ସନ୍ଷ୍ଟାର ଟିଭି ବ୍ୟୁରୋ
ଆସନ୍ତା ଜାନୁଆରୀ ମାସରୁ ଦେଶବ୍ୟାପୀ ନାଗରିକତା ସଂଶୋଧନ ଆଇନ(ସିଏଏ) ଲାଗୁ ହେବାର ସମ୍ଭାବନା ରହିଛି ବୋଲି ବରିଷ୍ଠ ବିଜେପି ନେତା କୈଳାଶ ବିଜୟବର୍ଗୀୟ କହିଛନ୍ତି । ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରାଗଣାରେ ଏକ ଜନସଭାକୁ ସମ୍ବୋଧିତ କରି ସେ ଏହା କହିଛନ୍ତି । ସିଏଏ ଲାଗୁ ହେବା ପରେ ପଡୋଶୀ ଦେଶରୁ ନିର୍ଯ୍ୟାତନା ପାଇ ଭାରତ ଚାଲି ଆସିଥିବା ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରିବାର ପ୍ରକ୍ରିୟା ନୂଆ ବର୍ଷରୁ ଆରମ୍ଭ ହୋଇଯିବ ବୋଲି ସେ ଜଣାଇଛନ୍ତି ।
କୈଳାଶ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆରୋପ ଲଗାଇ କହିଛନ୍ତି, ପଶ୍ଚିମବଙ୍ଗକୁ ଅନେକ ସଂଖ୍ୟାରେ ଶରଣାର୍ଥୀ ଆସୁଛନ୍ତି । ଏବଂ ବିଜେପି ସେମାନଙ୍କୁ ନାଗରିକତ୍ୱ ଦେବାକୁ ଇଚ୍ଛୁକ ଅଛି । କିନ୍ତୁ ଟିଏମ୍ସି ସରକାର ଶରଣାର୍ଥୀଙ୍କ ପ୍ରତି କୌଣସି ସହାନୁଭୂତି ଦେଖାଉନି କିମ୍ବା କୋହଳ ମନୋଭାବ ଆପଣାଉନି ।