ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଘରୋଇ ଟିଭି ଚ୍ୟାନେଲଗୁଡିକ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ଭାରତ ସରକାର । ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଘରୋଇ ଟିଭି ଚ୍ୟାନେଲଗୁଡିକ ଦେଖାଉଥିବା ଅନ୍ଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟ୍ସ୍ ଆଦି ସହିତ ଜଡିତ ସମସ୍ତ ବିଜ୍ଞାପନରେ ଭାରତୀୟ ବିଜ୍ଞାପନ ପରିଷଦ (ଏଏସ୍ସିଆର୍ସି) ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ପାଳନ କରିବା ବାଧ୍ୟତାମୂଳକ ଅଟେ । ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯେ ଅନ୍ଲାଇନ୍ ଗେମିଂ ଓ ଫାଣ୍ଟାସି ସ୍ପୋର୍ଟସ୍ ଗୁଡିକରେ ବହୁସଂଖ୍ୟକ ବିଜ୍ଞାପନ ପ୍ରସାରିତ କରାଯାଉଛି । ବିଜ୍ଞାପନଗୁଡିକ ମଧ୍ୟ ଭ୍ରମାତ୍ମକ ପ୍ରତୀୟମାନ ହେଉଛି ଓ ଗ୍ରାହକମାନଙ୍କୁ ମଧ୍ୟ ଏହା ସହ ଜଡିତ ଆର୍ଥିକ ତଥା ଓ ଅନ୍ୟ ବିପଦ ଗୁଡିକ ସମ୍ପର୍କରେ ସୂଚନା ଦିଆଯାଉନାହିଁ । ତେଣୁ ଏହାଦ୍ଵାରା ପ୍ରଚଳିତ ଆଇନ ଯଥା କେବୁଲ ଟେଲିଭିଜନ ନେଟ୍ଓ୍ଵାର୍କ ଆଇନ ୧୯୫୫, ଉପଭୋକ୍ତା ସଂରକ୍ଷଣ ଆଇନ୍୨୦୧୯ ଗୁଡିକୁ ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ ।
ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ଵାରା ଆୟୋଜିତ ପରାମର୍ଶ ବୈଠକରେ ଏହି ବିଷୟରେ ଆଲୋଚନା କରାଯାଇ ନିଷ୍ପତି ନିଆହୋଇଛି। ତେବେ ଏହି ବୈଠକରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ, ଏଏସ୍ସ୍ଆର୍ସି, ନ୍ୟୁଜ ବ୍ରୋଡ୍କାଷ୍ଟର୍ସ୍ ଆସୋସିଏସନ୍, ଇଣ୍ଡିଆନ୍ ବ୍ରଡକାଷ୍ଟିଙ୍ଗ୍ ଫାଉଣ୍ଡେସନ୍,, ଅଲ୍ଇଣ୍ଡିଆ ଗେମିଂ ଫେଡେରେସନ୍ ଓ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଫାଣ୍ଟାସି ସ୍ପୋର୍ଟ୍ସ ର ପ୍ରତିନିଧିମାନେ ଯୋଗ ଦେଇଥିଲେ ।