ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୦ ହେଲା ଦିଲ୍ଲୀରେ କୃଷକମାନଙ୍କ ଆନ୍ଦୋଳନ ଜାରି ରହିଛି । ତେବେ ଏହା ଦ୍ଵାରା ଦିଲ୍ଲୀର ଟ୍ରାଫିକ ବ୍ୟବସ୍ଥା ଖୁବ ପ୍ରଭାବିତ ହେଉଛି । ସାଧାରଣ ଜନତାଙ୍କ ପାଇଁ ଅଧିକାଂଶ ରାସ୍ତା ବନ୍ଦ କରିଦିଆଯାଇଛି । ଲୋକମାନଙ୍କୁ ଦିଲ୍ଲୀ ଆସିବା ପାଇଁ ଲିଙ୍କ ରୋଡ ପରିବର୍ତ୍ତେ ଡିଏନ୍ଡି ରାସ୍ତାରେ ଆସିବା ପାଇଁ କୁହାହୋଇଛି । କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖାଯାଇ ରାସ୍ତାଗୁଡିକ ବନ୍ଦ ହେବା କାରଣରୁ ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
ତେବେ ଦିଲ୍ଲୀ ପୋଲିସ ଲୋକମାନଙ୍କୁ ଟ୍ରାଫିକ ପାଇଁ ଜରୁରୀ ସୂଚନାମାନ ପ୍ରଦାନ କରିଛନ୍ତି । ଦିଲ୍ଲୀର ଟ୍ରାଫିକ ପୋଲିସ ଟୁଇଟ୍ କରି ସାଧାରଣ ଲୋକମାନଙ୍କ ପାଇଁ ସୂଚନା ଜାରି କରିଛନ୍ତି । ଟୁଇଟ କରି ସେ କହିଛନ୍ତି ଯେ ଗଜିୟାବାଦରୁ ଦିଲ୍ଲୀକୁ ଯିବା ପାଇଁ ରାସ୍ତା ଏନ୍ଏଚ୍- ୨୪ ର ଗାଜିପୁର ସୀମାରେଖାକୁ ବନ୍ଦ କରିଦିଆଯାଇଛି । ସେଥିପାଇଁ ଏନ୍ଏଚ୍- ୨୪ ରେ ନ ଆସି ଅପ୍ସରା, ଭୋପରା, ଡିଏନ୍ଡି ରାସ୍ତାରେ ଆସିବା ପାଇଁ ପରାମର୍ଶ ଦେଇଛନ୍ତି ।
Traffic Alert
Traffic movement is closed on Chilla Border (both carriageway) due to farmer protest. Traffic is diverted from Crown Plaza Chowk and Akshardham.
— Delhi Traffic Police (@dtptraffic) December 5, 2020
Traffic has been diverted from Mukarba & GTK road.
Avoid Outer Ring Rd , GTK road, NH 44.— Delhi Traffic Police (@dtptraffic) December 5, 2020