ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଦେଶର ଅର୍ଥନୀତିର ମେରୁଦଣ୍ଡ ହେଉଛି ମୁମ୍ଵାଇ । ମୁମ୍ୱାଇ ମିରର୍’ ‘ନିଜ ପାଇଁ ଓ ମୁମ୍ବାଇ ସହର ପାଇଁ ନିଜ ଲେଖା ମାଧ୍ୟମରେ ଏକ ନିଆରା ପରିଚୟ ସୃଷ୍ଟି କରିପାରିଥିଲା । ଦୀର୍ଘ ୧୫ ବର୍ଷ ଧରି ସହରର ଅନେକ ଗୁରୁତ୍ଵପୂର୍ଣ୍ଣ ଖବରକୁ ଉପସ୍ଥାପନ କରି ଏକ ନିର୍ଭିକ ଖବରକାଗଜରେ ନିଜକୁ ପରିଣତ କରିପାରିଥିଲା । ତେବେ ‘ମୁମ୍ୱାଇ ମିରର୍’ ଓ ‘ପୁନେ ମିରର’ କୁ ଆଜି ବିଦ୍ଧିବଦ୍ଧ ଭାବେ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ଟାଇମ୍ସ ଗ୍ରୁପ । କରୋନା ମହାମାରୀ ସମୟରେ ଆର୍ଥିକ ସ୍ଥିତି ସଙ୍କଟାପର୍ଣ୍ଣ ହେବା ପରେ ଦ ଟାଇମ୍ସ ଗ୍ରୁପ୍ ବାଧ୍ୟ ହୋଇ ଏହାର ପବ୍ଲିକେସନକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି । ତେବେ ସାପ୍ତାହିକ ଖବର କାଗଜ ଭାବେ ଏହା ପୁଣେ ଓ ମହାରାଷ୍ଟ୍ରରେ ବେଶ ଲୋକପ୍ରିୟତା ହାସଲ କରିଥିଲା ।
ଦ ଟାଇମ୍ସ ଗ୍ରୁପ ଏଭଳି ନିଷ୍ପତ୍ତିକୁ ହୃଦୟ ବିଦାରକ ବୋଲି କହିଥିବା ବେଳେ ଖବରକାଗଜ ପ୍ରକାଶନୀ ନେଇ ନିଜର ଅକ୍ଷମତା ମଧ୍ୟ ପ୍ରକାଶ କରିଛି । ଦର୍ଶାଇଛି ଯେ, କରୋନା ଏଭଳି ଆର୍ଥିକ ସଙ୍କଟ ଆଣିଛି, ଯାହା ଦ୍ୱାରା ଏହି ସାପ୍ତାହିକ ଖବର କାଗଜକୁ ଚଳାଇବା ଏବେ ଏକ ବୋଝରେ ପରିଣତ ହୋଇଛି । ଏଣୁ ଏହାକୁ ଆମେ ପ୍ରକାଶନୀରୁ ବିରତ ଦେଉଛୁ । ମାତ୍ର ଡିଜିଟାଲ ପ୍ଲାଟଫର୍ମରେ ଏହା ପୂର୍ବ ଭଳି ସକ୍ରିୟ ରହିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।