ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟର ୧୪ ଟି ସହର ତାପମାତ୍ରା ୧୪ ଡିଗ୍ରୀ ତଳେ ରହିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ ରେକର୍ଡ କରାଯାଇଛି। ଏହାପରେ ଫୁଲବାଣୀରେ ୯, ଦାରିଙ୍ଗବାଡ଼ିରେ ୯.୫, ଭବାନୀପାଟଣାରେ ୧୦.୫ ଅନୁଗୁଳରେ ୧୦.୬, ଝାରସୁଗୁଡ଼ାରେ ୧୨.୨, ସୁନ୍ଦରଗଡ଼ରେ ୧୨.୫, କେନ୍ଦୁଝରରେ ୧୨.୬, ବଲାଙ୍ଗୀରରେ ୧୨.୮, କୋରାପୁଟ, ହୀରାକୁଦ ଓ ସମ୍ବଲପୁରରେ୧୩.୬ ଓ ବୌଦ୍ଧରେ ୧୩.୫ ଡିଗ୍ରୀ ତାପମାତ୍ରା ରହିଥିଲା ।ତେବେ ଟ୍ଵିନ୍ ସିଟି କଟକ ଓ ଭୁବନେଶ୍ଵରର ତାପମାତ୍ରା ଯଥାକ୍ରମେ ୧୪.୮ ଓ ୧୬.୯ ଡିଗ୍ରୀ ରହିଥିଲା । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବୌଦ୍ଧରେ ଆଜି ସର୍ବାଧିକ କୁହୁଡି ଦେଖାଯାଇଥିଲା । କୁହୁଡିର ପ୍ରଭାବରେ ୪୦ ମିଟର ଦୂରତା ଯାଏ ମଧ୍ୟ ବାଟ ଦେଖାଯାଉନଥିଲା । କୋରାପୁଟ ଓ ପାରାଦୀପ ରେ ମଧ୍ୟ ମଧ୍ୟମ ଧରଣର କୁହୁଡି ପଡିଥିଲା ।
#୧୪ଡ଼ିଗ୍ରୀ ତଳେ #୧୪ସହର ରେ ପାରଦ #ସୋନପୁର ୮ #ଫୁଲବାଣୀ ୯ #ଦାରିଙ୍ଗବାଡି ୯.୫ #ଭବାନୀପାଟଣା ୧୦.୫ #ଅନୁଗୁଳ ୧୦.୬ #ତାଳଚେର ୧୧.୭ #ଝାରସୁଗୁଡା ୧୨.୨ #ସୁନ୍ଦରଗଡ ୧୨.୫ #କେନ୍ଦୁଝର ୧୨.୬ #ବଲାଙ୍ଗୀର ୧୨.୮ #କୋରାପୁଟ, #ହୀରାକୁଦ ଏବଂ #ସମ୍ବଲପୁର ରେ ୧୩.୬ ଏବଂ #ବୌଦ୍ଧ ୧୩.୫ଡ଼ିଗ୍ରୀ #କଟକ ୧୪.୮ ଏବଂ #ଭୁବନେଶ୍ୱର ୧୬.୯ ଡ଼ିଗ୍ରୀ pic.twitter.com/gjcpXBtO7t
— Meteorological Centre, Bhubaneswar (@mcbbsr) December 5, 2020