ସନ୍ଷ୍ଟାର ଟିଭି ବ୍ୟୁରୋ
କରୋନା ସଂକଟ ଏବେ ଟଳିବାକୁ ଯାଉଛି । ବିଶ୍ୱବାସୀ ଖୁବଶୀଘ୍ର କରୋନା ମହାମାରୀ କବଳରୁ ମୁକ୍ତି ପାଇବେ । ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ର୍ୟସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଧାନୋମ୍ ଘେବ୍ରିୟେସସ୍ ସେ କହିଛନ୍ତି ଯେ ବିଶ୍ୱ ଉପରେ କରୋନା ଭଳି ଯେଉଁ ମହାମାରୀ ମାଡି ପଡିଥିଲା ତାହା କବଳରୁ ଏବେ ବିଶ୍ୱବାସୀ ମୁକ୍ତ ହେବାକୁ ଯାଉଛନ୍ତି । ସେ କହିଛନ୍ତି କି କେତକ କରୋନା ଟିକାର ସଫଳ ପରୀକ୍ଷଣ ହୋଇଛି । ଯାହାଦ୍ୱାରା ବିଶ୍ୱବାସୀଙ୍କୁ ଏହିଟିକା ପ୍ରଦାନ କରିବା ପରେ ବିଶ୍ୱ କରୋନା ମୁକ୍ତ ହେବ । ହେଲେ ଟିକା ବିତରଣ କ୍ଷେତ୍ରରେ ଧନୀ ଓ ଗରିବ ଦେଶ ମାନଙ୍କ ଭିତରେ କିଛି ପାତର ଅନ୍ତର ନକରାଯିବାକୁ ସେ ଅନୁରୋଧ କରିଛନ୍ତି । ଟିକାକୁ ସମାନ ଭାବରେ ବିତରଣ କରାଗଲେ ହିଁ ବିଶ୍ୱ କରୋନାରୁ ମୁକ୍ତି ପାଇବ ବୋଲି ସେ କହିଛନ୍ତି । କରୋନା ହଟିବା ପରେ ଦାରିଦ୍ର୍ୟତା, ଭୋକ, ଅସମାନତା ଓ ଜଳବୟୁ ପରିବର୍ତ୍ତନ ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ମତପ୍ରକାଶ କରିଛନ୍ତି ।