ସନ୍ଷ୍ଟାର ଟିଭି ବ୍ୟୁରୋ
ଦେଶର ସବୁଠୁ ଲୋକପ୍ରିୟ ଚାଟିଙ୍ଗ ଆପ୍ ଭାବେ ଘରେ ଘରେ ପରିଚିତ ହ୍ଵାଟ୍ସଆପ୍ ନିଜର ଟର୍ମସ ଅଫ୍ ସର୍ଭିସ୍ ଅପ୍ଡେଟ୍ କରିବାକୁ ଯାଉଛି ।, ୨୦୨୧ ଫେବୃଆରୀ ୮ରୁ ହ୍ୱାଟ୍ସଆପ୍ ଏକ ନୂଆ ପ୍ରକାରରେ ଉପସ୍ଥାପିତ ହେବ । ଅପଡେଟେଡ୍ ଭର୍ସନ ନୂଆ ସର୍ତ୍ତ ଓ ନିୟମାବଳୀ ସହ ଆସିବ ।
ଏହି ଅପଡେଟ ଅନୁଯାୟୀ, ଯେକୌଣସି ଗ୍ରୁପ୍ କିମ୍ୱା ବ୍ୟକ୍ତିଙ୍କ ସହ ହେଉଥିବା କଥାବାର୍ତ୍ତାକୁ କମ୍ପାନୀ ଷ୍ଟୋର କରି ପାରିବ । ତେବେ ସମସ୍ୟା ତଥ୍ୟ ସଂଗ୍ରହ କରିବା କିମ୍ୱା ସଂରକ୍ଷିତ ରଖିବାରେ ନାହିଁ ଏହାକୁ କମ୍ପନୀ ବାଧ୍ୟତାମୂଳକ କରିବାକୁ ଯୋଜନା କରୁଛି । ଯଦି ଏଭଳି ହୁଏ ତେବେ ଦୁଇଟି ବିକଳ୍ପ ରହିଯିବ । କମ୍ପାନୀ ସହ ଏକମତ ହେଲେ ଆପଣ ହ୍ୱାଟ୍ସଆପ୍ ବ୍ୟବହାର କରିବେ ନଚେତ୍ ହ୍ୱାଟ୍ସଆପ ବ୍ୟବହାର କରିବା ସମ୍ଭବ ହେବ ନାହିଁ । ଅନ୍ୟପକ୍ଷରେ ଏଭଳି ସର୍ତ୍ତ ନାଗରିକଙ୍କ ପାଇଁ ଅସହ୍ୟ ହୋଇପାରେ । କାରଣ ଏହା ବ୍ୟକ୍ତିଗତ ଗୋପନୀୟତାକୁ ପ୍ରଭାବିତ କରିପାରେ । ଉଲ୍ଲେଖଯୋଗ୍ୟ ଯେ, Android (2.20.206.19) ଓ iOS (2.20.130) ପାଇଁ ହ୍ୱାଟସ୍ପଆପ୍ ନୂଆ ଆପ୍ ପ୍ରସ୍ତୁତ କରିସାରିଛି । ସେହିଭଳି ଆପ୍ ମାଧ୍ୟମରେ ବ୍ୟବହାରକାରୀଙ୍କୁ ଅତିରିକ୍ତ ସୂଚନା ଦେବା ପାଇଁ ନିଷ୍ପତ୍ତି ହୋଇଛି ।