ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଳୀ : ଦେଶ ପାଇଁ ନୂତନ ସଂସଦ ଭବନ ଖୁବ୍ ଶୀଘ୍ର ତିଆରି ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୧୦ ତାରିଖରେ ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ। ଏନେଇ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନର ଶିଳାନ୍ୟାସ କରିବା ସହ ଭୂମି ପୂଜନ କରିବେ। ଏଥିପାଇଁ ଶନିବାର ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଁଞ୍ଚି ତାଙ୍କୁ ଭୂମିପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବାପାଇଁ ନିମନ୍ତ୍ରଣ କରିଛନ୍ତି।