ସନ୍ଷ୍ଟାର ଟିଭି ବ୍ୟୁରୋ
ରାଜ୍ୟରେ ‘ମୋ ସ୍କୁଲ’ ଅଭିଯାନକୁ ମିଳିଛି ବ୍ୟାପକ ସଫଳତା। ଏହି ପ୍ରକଳ୍ପ ଏବେ ୧୪୦.୭୫ କୋଟି ଟଙ୍କାରେ ପହଞ୍ଚିଛି । ନଭେମ୍ବର ଶେଷ ସୁଦ୍ଧା ୨ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟ ସହ ଯୋଡ଼ି ହୋଇଛନ୍ତି । ‘ମୋ ସ୍କୁଲ’ ଅଭିଯାନର ୧୯ତମ କାର୍ଯ୍ୟକାରୀ ପରିଷଦ ବୈଠକରେ ଏହି ସୂଚନା ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ‘ମୋ ସ୍କୁଲ’ ଅଭିଯାନର ୧୯ତମ କାର୍ଯ୍ୟକାରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୧୦.୭୫ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରାଯାଇଛି। ଫଳରେ ବିଭାଗ ପ୍ରାୟ ୨୦ ହଜାର ଅଧିକ ଛାତ୍ରଛାତ୍ରୀଙ୍କୁ ‘ମୋ ସ୍କୁଲ’ ଅଭିଯାନରେ ସାମିଲ କରିପାରିଛି। ବୈଠକରେ ୨୮ଟି ଜିଲ୍ଲାର ୨୬୫୭ଟି ବିଦ୍ୟାଳୟର ପ୍ରକଳ୍ପକୁ ସ୍ୱୀକୃତି ଦିଆଯାଇଛି।