ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ମୋଦିଙ୍କ ସର୍ବଦଳୀୟ ବୈଠକରେ କରୋନା ଟୀକାକୁ ନେଇ ଆଶା ପ୍ରକାଶ କରାଯାଇଛି । ବର୍ତ୍ତମାନ ଦେଶରେ ୮ଟି କରୋନା ଟିକା ପରେ ଉପରେ ପରୀକ୍ଷା ଚାଲିଛି। ସେ ମଧ୍ୟରେ ରହିଛି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ସହିତ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ସ୍ୱଦେଶୀ ଟିକା କୋଭାକ୍ସିନ। ଦେଶରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି। ତେବେ ଟୀକାର ପରୀକ୍ଷାମୂଳକ ଡୋଜ ନେଇ କରୋନା ଆକ୍ରାନ୍ତ ହୋଇଛନ୍ତି ହରିୟାଣାର ସ୍ବାସ୍ଥ୍ୟ ମନ୍ତ୍ରୀ ଅନୀଲ ବିଜ୍। ଏହା ପୂର୍ବରୁ ଚେନ୍ନାଇର ଜଣେ ବ୍ୟକ୍ତି ଏହି ଟିକା ନେବା ପରେ ତାଙ୍କର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିବା ନେଇ ଅଭିଯୋଗ କରିଥିବା ଶୁଣିବାକୁ ମିଳିଥିଲା । ସ୍ବାସ୍ଥ୍ୟ ମନ୍ତ୍ରୀ ଅନୀଲ ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି, ମୁଁ କରୋନା ଆକ୍ରାନ୍ତ ହୋଇଛି | ମୋତେ ଅମ୍ବାଲା କ୍ୟାଣ୍ଟମେଣ୍ଟର ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଯେଉଁମାନେ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜର କରୋନା ପରୀକ୍ଷା କରାଇନିଅନ୍ତୁ ବୋଲି ସେ କହିଛନ୍ତି ।