ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧରେ ୧୦ଦିନ ଧରି ଦିଲ୍ଲୀରେ କୃଷକମାନଙ୍କ ଆନ୍ଦୋଳନ ଅବିରତ ରହିଛି । କରି ଚାଲିଥିବା କୃଷି ଆନ୍ଦୋଳନ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ନୂତନ କୃଷି ବିଲ୍କୁ ବିରୋଧ କରି ଆନ୍ଦୋଳନରତ ୪୦ଟି କୃଷକ ସଂଗଠନ ପକ୍ଷରୁ ୮ ଡିସେମ୍ବର (ମଙ୍ଗଳବାର) ରେ ଭାରତ ବନ୍ଦ ଡାକରା ଦିଆଯାଇଛି। କୃଷି ଆଇନରେ ସଂଶୋଧନ ଆଣିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ସଙ୍କେତ ଦେଇଥିଲେ ମଧ୍ୟ ଚାଷୀ ନେତାମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନୂଆ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଚାଷୀମାନେ ଜିଦ୍ରେ ଅଟଳ ରହିଛନ୍ତି।