ସନ୍ଷ୍ଟାର ଟିଭି ବ୍ୟୁରୋ
ଯୁକ୍ତରାଷ୍ଟ୍ର ଆମେରିକା: ଆମେରିକା ଦେଶବାସୀଙ୍କର କରୋନା ଟିକା ପ୍ରତି ବିଶ୍ଵାସ ଜନ୍ମାଇବା ପ୍ରୟାସ କରୁଛନ୍ତି ଅନେକ ବଡ ନେତା । ତେବେ ଆମେରିକାର ତିନି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଜର୍ଜ ବୁଶ୍, ବିଲ୍ କ୍ଲିଣ୍ଟନ ଏକା ସାଙ୍ଗରେ କ୍ୟାମେରା ସମ୍ମୁଖରେ କରୋନା ଟିକା ନେବେ । ଦେଶବାସୀଙ୍କୁ ଭରସା ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମା, ବୁଶ୍ ଏବଂ କ୍ଲିଣ୍ଟନ ।
ଏକ ଟିଭି କାର୍ଯ୍ୟକ୍ରମରେ ଲାଇଭ ସୋ’ ରେ ଏହି ତିନି ନେତା ଟିକା ନେବେ ବୋଲି ଜଣାପଡିଛି । ଆମେରିକାରେ କିଛି ଲୋକେ କରୋନା ଟିକାକୁ ନେଇ ସନ୍ଦେହରେ ଥିବାବେଳେ ସେମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଓବାମା, ବୁଶ୍ ଏବଂ କ୍ଲିଣ୍ଟନ୍ । ଆମେରିକାରେ କରୋନା ଟିକାକୁ FDAର ମଞ୍ଜୁରି ମିଳିଥିଲେ ମଧ୍ୟ ଦେଶରେ ୪୦ ପ୍ରତିଶତ ଲେକେ ଏହାକୁ ନେଇ ଆଶଙ୍କାରେ ରହିଛନ୍ତି ।
ଲୋକଙ୍କୁ ଭରସା ଦେବା ପାଇଁ ଏବେ ଆଗକୁ ଆସିଛନ୍ତି ଆମେରିକାର ଏହି ତିନି ବଡ଼ ନେତା । ମହାମାରୀ ଭୂତାଣୁ ଆମେରିକାରେ ସର୍ବାଧିକ ପ୍ରଭାବ ପକାଇସାରିଥିବାବେଳେ ଏବେ ଟିକା ଆଶାରେ ଅଛନ୍ତି ଆମେରିକାବାସୀ ।