ସନ୍ଷ୍ଟାର ଟିଭି ବ୍ୟୁରୋ
କରୋନାଭାଇରସ୍ ପରିସ୍ଥିତି ସଂକ୍ରାନ୍ତରେ ଏକ ସର୍ବଦଳୀୟ ବୈଠକରେ ରାଜ୍ୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି । କରୋନା ଯୁଦ୍ଧରେ ଉଭୟ ସରକାରୀ ତଥା ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଥିବା ପ୍ରାୟ ଏକ କୋଟି ସ୍ୱାସ୍ଥ୍ୟ କର୍ମୀଙ୍କୁ ଏବଂ ପରେ ପ୍ରାୟ ଦୁଇ କୋଟି ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ କୋଭିଡ ୧୯ ଟିକା ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସର୍ବଦଳୀୟ ବୈଠକରେ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସର୍ବ ଦଳୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି। ଭାରତରେ ବ୍ୟବହାର ନିମନ୍ତେ ଅଳ୍ପ କିଛି ସପ୍ତାହ ମଧ୍ୟରେ କରୋନାଭାଇରସ୍ ଟିକା ପ୍ରସ୍ତୁତ ହୋଇଯିବ। ଟିକା ପ୍ରୟୋଗ ପାଇଁ କେନ୍ଦ୍ର ସରକାର ବୈଜ୍ଞାନିକମାନଙ୍କ ଠାରୁ ସୂଚନା ପାଇବା ପରେ ଟିକାକରଣ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।ପ୍ରଥମେ କାହାକୁ ମିଳିବ ଟିକା