ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ପିଏଚଡି, ପିଜି ଓ ଏମ.ଫିଲ ପିଲାଙ୍କ ପାଠପଢାର ଅସୁବିଧାରୁ ଦୂର କରିବା ପାଇଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକର ଲାବୋରେଟୋରୀ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପଢ଼ୁଥିବା ଛାତ୍ରଛାତ୍ରୀ, ଯେଉଁମାନଙ୍କର ଲାବୋରେଟୋରୀ ଆବଶ୍ୟକତା ରହିଛି କେବଳ ସେମାନଙ୍କ ପାଇଁ ହିଁ ଲାବୋରେଟୋରୀ ଖୋଲିବାକୁ କୁହାଯାଇଛି । ତେବେ ଡିସେମ୍ବର ୧ ରୁ ରାଜ୍ୟରେ ସମସ୍ତ ମେଡିକାଲ କଲେଜ ଗୁଡିକ ଖୋଲିଯାଇଥିଲା । କରୋନା ଗାଇଡଲାଇନର ସମସ୍ତ ନିୟମ ମାନି ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ସଚିବ । ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ସବୁ ବିଶ୍ୱବିଦ୍ୟାଳୟ ଓ କଲେଜର କୁଳପତି ଏବଂ ପ୍ରିନ୍ସିପାଲଙ୍କୁ ଚିଠି ଲେଖିଛନ୍ତି।