ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନା ଆଜି ପ୍ରେସ ମିଟ ଡକାଇ ଭୋଟର ତାଲିକା ପାଇଁ ସୂଚନା ପ୍ରଦାନ କରିଛନ୍ତି । ଭୋଟର ତାଲିକାରେ ନିଜ ନାମ ପଞିକରଣ ବା କୌଣସି ସଂଶୋଧନ କରିବାକୁ ଫର୍ମ ଆସିଛି । ୬ ନମ୍ବର ଫର୍ମରେ ନିଜ ନାମ ପ୍ରବେଶ ଓ ୭ ନମ୍ବର ଫର୍ମରେ ନିଜ ନାମ କାଟିବା ପାଇଁ ଓ ୮ ନମ୍ବର ଫର୍ମ ଭୋଟର ତାଲିକାରେ କୌଣସି ସଂଶୋଧନ ଚାହୁଥିବା ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ।୧୫ ଡିସେମ୍ବର ଯାଏଁ ଆବେଦନ କରିପାରିବେ ଓ ଏହା ପରେ ୧୫ ଡିସେମ୍ବରରୁ ରୁ ୫ ଜାନୁଆରୀ ଯାଏ ଆବେଦନ ପତ୍ରର ଯାଞ୍ଚ କରାଯିବ । ଜାନୁଆରୀ ୧୫ ରେ ନୂତନ ଭୋଟର ତାଲିକା ବାହାରିବ ।
ଉଭୟ ଅଫ୍ଲାଇନ ଓ ଅନ୍ଲାଇନ ଜରିଆରେ ଭୋଟର ତାଲିକାରେ ନିଜ ନାମ ପ୍ରବେଶ ବା ସଂଶୋଧନ ପାଇଁ ଆବେଦନ କରିପାରିବେ । ଅଫ୍ଲାଇନର୍ ଆବେଦନ ଇଲେକ୍ଟୋରାଲ ରେଜିଷ୍ଟର ଅଫିସର ଓ ପ୍ରତ୍ୟେକ ବୁଥ୍ ଏରିଆର ବୁଥ୍ ଲେବୁଲ ଅଫିସର ତଥା ଅଙ୍ଗନବାଡି କର୍ମୀଙ୍କ ନିକଟରେ କରିହେବ ।
ନାମ ପ୍ରବେଶ ଓ ସଂଶୋଧନ ବା କାଟିବା ପାଇଁ ନିଜର ଫୋଟୋ, ଜନ୍ମ ତାରିଖ ପ୍ରମାଣ ପତ୍ର ଓ ରେସିଡେଣ୍ଟ ସାର୍ଟିଫିକେଟ ଦେବାକୁ ପଡିବ ।
ଅନ୍ଲାଇନରେ କରିବାକୁ ହେଲେ www.nvsp.in ରେ କରିପାରିବେ ।
ମୋବାଇଲ ଆପ୍ ‘ଭୋଟର ହେଲ୍ପଲାଇନ’ ଜରିଆରେ ମଧ୍ୟ କରିପାରିବେ ।